ଗଇଠିପୁର ଗ୍ରାମରେ ସ୍ଵେଛାକୃତ ରକ୍ତଦାନ ଶିବିର,୨୬ ୟୁନିଟ ରକ୍ତ ସଂଗ୍ରହ

0

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ର ମୁଖ୍ୟ ରଞ୍ଜନ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ଗଇଠିପୁର ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ରେ ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଶିବିରକୁ ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, କନିମୁଳ ସମିତିସଭ୍ୟ ବସନ୍ତ ମହାପାତ୍ର, ବାୟାଅବଧୂତ ସରକାରୀ ଉଚ୍ଚ ନୋଡାଲ ବିଦ୍ୟାଳୟ ର ଅବସରପ୍ରାପ୍ତ ବରିଷ୍ଟ କିରାଣି ରଞ୍ଜନ କୁମାର ସାହୁ, ସମାଜସେବୀ ରଂଜିତ ଜେନା ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଶିବିର କୁ ବାୟା ଅବଧୂତ କଲେଜ ର ପ୍ରଶାସନିକ ଅଧିକାରୀ ବିବେକାନନ୍ଦ ସିଂହ ବିଶେଷ ଅତିଥି ଭାବେ ପରିଦର୍ଶନ କରିଥିଲେ l

ଏହି ଶିବିର ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ଅବିନାଶ ସାହୁ, ଅନୁରାଗ ସାହୁ, ସନ୍ଦୀପ ସୁତାର, ଭବାନୀ ଶଙ୍କର ଖୁଣ୍ଟିଆ, ସ୍ମୃତି ରଞ୍ଜନ ସାହୁ, ବିଭୁତି ଭୂଷଣ ଦାଶ, ରାଜକିଶୋର ସାହୁ, ପ୍ରସନ ସାହୁ, ମାନସ ରଞ୍ଜନ ମଲ୍ଲିକ, ଆଦିତ୍ୟ ଖୁଣ୍ଟିଆ, ଅଭିଷେକ ସାହୁ, ଉଦୟ ନାଥ ଖୁଣ୍ଟିଆ, ଆଲୋକ ଖୁଣ୍ଟିଆ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ l ଏହି ଶିବିର ରେ କଟକ ରେଡ କ୍ରସ ରକ୍ତଭଣ୍ଡାର ଡାକ୍ତର ସେଶାଂଶୁ ଶତପଥି, ଏଲ ଟି ସନ୍ଦୀପ ସ୍ୱାଇଁ, ଲକ୍ଷ୍ମୀଧର ପୃଷ୍ଟି, ସରୋଜ ମହାନ୍ତି, ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଏହି ଶିବିର କୁ ସାମ୍ବାଦିକ ଜୟନ୍ତ ପରିଜା ଓ ରଞ୍ଜନ ଖୁଣ୍ଟିଆ ସଂଯୋଜନା କରିଥିଲେ l

Leave A Reply

Your email address will not be published.