ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ : ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରିକରିନେଲେ ଦୁର୍ବୃତ୍ତ l ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁରରେ l ସୂଚନା ଅନୁସାରେ ଗତକାଲି ମଙ୍ଗଳ ବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରଣପୁର ସହରର ଶାମୁକା ସାହି ସ୍ଥିତ ରାଜ ପ୍ରତିଷ୍ଠିତ ସର୍ବପୁରାତନ ସ୍ବପ୍ନେଶ୍ୱର ଶୈବ ମନ୍ଦିରରେ ପଶି 5ରୁ ଉର୍ଦ୍ଧ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରୀ କରିନେଇଥିବାର ଦେଖିବାକୁ ମିଳିଛି l ସବୁଦିନ ପରିଠାକୁର ଙ୍କ ନୀତିକାନ୍ତି ପାଇଁ ପୂଜକ ସକାଳୁ ମନ୍ଦିର ଖୋଲିଲା ବେଳ କୁ ଠାକୁର ଙ୍କ ବିଗ୍ରହ ଦେଖିବାକୁ ପାଇ ନଥିଲେ.ଏହି ସମୟ ରେ ଠାକୁର ଙ୍କ ଦଣ୍ଡ ଯାତ୍ରା ଚାଲି ଥିବାରୁ ଶୈବ ଭକ୍ତ ମାନଙ୍କ ମନରେଏହି ଘଟଣା ଏକ ଗଭୀର ଆଘାତ ସୃଷ୍ଟି କରିଛି |ଖବର ପାଇ ଘଟଣା ସ୍ଥଳରେ ରଣପୁର ପୋଲିସ ତଦନ୍ତ ଚଳାଇଛନ୍ତି .l
Sign in
Sign in
Recover your password.
A password will be e-mailed to you.