ବାବା କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଉପଲକ୍ଷେ ଅଶୋକା ମହୋତ୍ସବ

0

ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ

ଖୋର୍ଦ୍ଧା/ରବି ନାରାୟଣ ସାହୁ-ନିରାକାରପୁର ଥାନା ଅନ୍ତର୍ଗତ ଡିଆ ଗ୍ରାମପଞ୍ଚାୟତ ଠାରେ ବହୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅବସରରେ ଅଶୋକା ମହୋତ୍ସବ ୨୦୨୨ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ି ପାଇଁ ଦୁଇ ବର୍ଷ ମହୋତ୍ସବ ବନ୍ଦ ଥିଲା କିନ୍ତୁ ଏ ବର୍ଷ ଅଶୋକ ମହୋତ୍ସବଧୁମ ଧାମ ରେ ପାଳନ କରାଯାଇ ଚତୁର୍ଥ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ମଂଚ ପରିଚାଳନା କରିଥିଲେ କୁହୁଡି ମହାବିଦ୍ୟାଳୟ ଅଧ୍ୟକ୍ଷ ସଂଜୟ କୁମାର ମହାପାତ୍ର। ଅଶୋକା ମହୋତ୍ସବ ରେ କଳାକାର ମାନଙ୍କ ଦ୍ୱାରା ପାଇକ ଆଖଡା,ସମ୍ବଲପୁରୀ ନୃତ୍ୟ,ଓଡିଶୀ ଡ୍ୟାନ୍ସ ପରିବେଷଣ କରାଯାଇଥିଲା।ସ୍ଥାନୀୟ ଅଂଚଳର ଲୋକମାନେ ଅଶୋକା ମହୋତ୍ସବ କୁ ବେଶ ମନ ଭରି ଉପଭୋଗ କରିଥିଲେ।

Leave A Reply

Your email address will not be published.