
ବରଗଡ :- ଗତକାଲି ଆମେ , ଅଫିସ ଅଛି , ଅଫିସର -ଷ୍ଟାଫ ଅଛନ୍ତି ହେଲେ ଅଫିସ ଆସୁନାହାନ୍ତି , ଶୀର୍ଷକ ଖବର ପ୍ରସାରଣ କରିଥିଲୁ । ଖବର ପ୍ରକାଶ ପାଇବା ପରେ ମୃତ୍ତିକା ସଂରକ୍ଷଣ ବିଭାଗ ତଥା ଜଳବିଭାଜିକା ଜିଲ୍ଲା ଦପ୍ତର ତରଫରୁ ବୋଧହୁଏ ତତ୍ପରତା ପ୍ରକାଶ ପାଇଥିଲା , ଯାହାଫଳରେ ଆଖପାଖ ଲୋକଙ୍କ କହିବା ମୁତାବକ ଆଜି ପ୍ରାୟ ଏଗାର ଘଣ୍ଟା ସମୟରେ ଉକ୍ତ ଅଫିସ ରେ କାର୍ୟ୍ଯ କରୁଥିବା ତିନି ଜଣ ଠିକା କର୍ମଚାରୀ ଯଥା ଜଣେ ଡାଟା ଏଣ୍ଟ୍ରି ଅପରେଟର ଓ ଦୁଇ ଜଣ ପ୍ରକଳ୍ପ ସହାୟକ ଆସିଥିଲେ । ସେହି ସମୟରେ କିଛି ଗଣମାଧ୍ୟମ ର ବନ୍ଧୁ ମାନେ ଅଫିସ କୁ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ଗଣମାଧ୍ୟମ ର ବନ୍ଧୁ ମାନେ ଅଫିସ ରୁ ଯିବାର କିଛି ସମୟ ପରେ ଉକ୍ତ ତିନି ଜଣ ଯାକ ପୁଣି ଅଫିସ ବନ୍ଦ କରି ଫେରାର ମାରିଥିଲେ । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି ପାଇକମାଲ ରେ ଏହି ଅଫିସର ଆବଶ୍ୟକତା ନାହିଁ ତେବେ ବିଭାଗ ତରଫରୁ ଅଫିସ ଖୋଲି କାହିଁକି ସରକାରୀ ଅର୍ଥ ଅପଚୟ କରାଯାଉଛି ବା ଯଦି ଅଫିସ ମାଧ୍ୟମରେ ଲୋକଙ୍କ କାମ କରାଯିବାର ଆବଶ୍ୟକତା ଅଛି ତେବେ ଅଫିସ କାହିଁକି ଖୋଲା ଯାଉ ନାହିଁ ? ପୂର୍ବରୁ ମଧ୍ୟ କହିଥିଲୁ ଏହି ଅଫିସ ରେ ହେଉଥିବା କାମ ସବୁ ଜଣେ ଠିକାରେ ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟର ନିଜ ଘରେ କରିଥାନ୍ତି । ତାଙ୍କର ଉଚ୍ଚ ପଦସ୍ଥ ଅଫିସର ମାନେ ମଧ୍ୟ ଏକଥା ଭଲ ଭାବରେ ଜାଣନ୍ତି , ଏ ନେଇ ଅନେକ ଥର ବିଭାଗୀୟ ପିଡ଼ି ଙ୍କୁ ଲିଖିତ ଓ ମୌଖିକ ଭାବରେ ମଧ୍ୟ ଜଣେଇ ଦିଆହୋଇଛି , ତଥାପି ସମସ୍ତେ ଚୁପ । କାରଣ , ଲୋକ ଙ୍କ କହିବା ମୁତାବକ ଡାଟା ଏଣ୍ଟ୍ରି ଅପରେଟର କୁଆଡେ ବହୁତ ପାୱାରଫୁଲ ଲୋକ । ତାଙ୍କର କୁଆଡେ ବଡ଼ବଡ଼ ଅଧିକାରୀଙ୍କର ସହିତ ଘନିଷ୍ଟ ସମ୍ପର୍କ , ସିଏ କୁଆଡେ ଯାହା ଚାହିଁବେ ବିଭାଗରେ ତାହା ହେବ ।
ପାଇକମାଲ ଅଫିସ ରେ କାର୍ୟ୍ଯରତ ଓଭରସିଅର ଶ୍ରୀ ବାଗ ବାବୁ ଅନ୍ୟ ଦୁଇ ଗୋଟି ବ୍ଲକ ଦାଇତ୍ଵ ରେ ଅଛନ୍ତି । ଜଣେ ଜୁନିଅର ଇଂଜିନିୟର ରେଙ୍କ ର ଜଣେ ଅଧିକାରୀ ଙ୍କର ଗତ କିଛିଦିନ ତଳେ ଅନ୍ୟ ଜିଲ୍ଲା କୁ ବଦଳି ହୋଇ ଯାଇଛି । ଏହିଭଳି ପରିସ୍ଥିତିରେ ଅଫିସ ଏହି ଅଫିସ ରୁ ଲୋକେ କେତେ ମାତ୍ରାରେ ଉପକୃତ ହେଉଥିବେ ତାହା ସହଜେ ଅନୁମାନ କରାଯାଇ ପାରେ । ଏଣୁ ବିଭାଗୀୟ ପିଡି ତଥା ବରଗଡ଼ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଅଫିସ ଦ୍ୱାରା ଚାଷୀ ଓ ଜନତା କିଭଳି ଲାଭବାନ ହେବେ ସେଥିପ୍ରତି ଦୃଷ୍ଟି ଦେବା ସହିତ ଦୀର୍ଘ ଦିନ ହେଲା ଅଫିସ କୁ ନ ଆସି ଠକୁଥିବା ଅଧିକାରୀ ଓ କର୍ମଚାରୀ ଙ୍କର ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଦାବି ହେଉଛି ।।
Sign in
Sign in
Recover your password.
A password will be e-mailed to you.