ରଣପୁର/ପ୍ରସନ୍ନ ସାମନ୍ତରାୟ: ମଙ୍ଗଳବାର ନୟାଗଡଜିଲ୍ଲା ର ନୂତନ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକଙ୍କ ଅଧକ୍ଷତା ରେ ଜିଲ୍ଲା ରେ ପ୍ରଥମ କରୀଜ ରଣପୁର ବ୍ଲକ ର ସମସ୍ତ ବିଭାଗ ର କାର୍ଯ୍ୟ ଓ ଉନୟନକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ. ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାୟ. ସହ ପ୍ରକଳ୍ପ ଅଧିକାରୀ ଅର୍ଥୋ ଆର. ଡି. ଏସ. ନିରଞ୍ଜନ ରଣା ଏବଂ ରଣପୁର ବି.ଡି. ଓ ରିତୁପୂର୍ଣ୍ଣ ମହାପାତ୍ର ଜିଲ୍ଲା ଶିକ୍ଷାଧିକାରୀ ମହାପାତ୍ର ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିବା ବେଳେ ରଣପୁର ବ୍ଲକ ର ସମସ୍ତ ବିଭାଗ ଯଥା ଜଳବିଭାଜିଗା ଓ. ଏଲ. ଏମ. ଆଇ. ସି. ଡିଏସ. କୃଷି. ଶିକ୍ଷା ଓ ରଣପୁର ପଞ୍ଚାୟତସମିତି ର ସମସ୍ତ ବିଭାଗୀୟ ଅଧିକାରୀ ଏହି ବୈଠକ ରେ ଯୋଗଦେଇଥିଲେ.ଏଥିରେ ସମସ୍ତ ବିଭାଗ ର କାର୍ଯ୍ୟ ସମୀକ୍ଷା କରାଯିବା ସହ ବଳକା ରହିଥିବା କାର୍ଯ୍ୟ ଗୁଡିକ ତୁରନ୍ତ ସାରିବା ପାଇଁ ସମସ୍ତ ଅଧିକାରୀ ମାନକୁ ନିର୍ଦ୍ଧେଶ ଦିଆ ଯାଇଥିଲା ବେଶେଷ କରୀ ରଣପୁର ବ୍ଲକ ର ନିର୍ମାଣ ହେଉଥିବା ସମସ୍ତ 5ଟି ସ୍କୁଲ ଗୁଡିକ ଯଥା ଶୀଘ୍ର କାର୍ଯ୍ୟ ସାରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା ବେଳେ ଖାଦ୍ୟ ଓ ଯୋଗାଣ ବିଭାଗ ହିତାଧିକାରୀ କିଭଳି ସୁବିଧା ପାଇବେ ସେଥି ପାଇଁ ପଦେକ୍ଷପ ଗ୍ରହଣ କରାଯାଇଥିଲା ଏବଂ ବ୍ଲକ ସି.ଏଫ. ସି ଏସ. ଫ. ସି ଏବଂ ଏମ. ଏଲ ଲ୍ୟାଣ୍ଡ ଫଣ୍ଡ ରେ ପଡି ରହିଥିବା କାର୍ଯ୍ୟ ପାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଗୁଡିକ ତୁରନ୍ତ କରିବା ନିର୍ଦ୍ଧେଶ ଦିଆଯାଇଥିଲା ଏବଂ ଏନ. ଆର. ଜି. ଏସ ବ୍ୟକ୍ତିଗତ ହିତାଧିକାରୀ ପାଇଁ ଉଦ୍ଧିଷ୍ଟ ଥିବା ଯୋଜନା ଯଥା ଗୁହାଳ. ଆଦି ଯୋଜନା ଗୁଡିକ ଅଗ୍ରାଧିକାର ଦେଇ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା ଏବଂ ରଣପୁର ବ୍ଲକ ସମସ୍ତ ପଞ୍ଚାୟତ ର ପ୍ରାୟ 310 ଜଣ ନୂତନ ହିତାଧିକାରୀ ଭତା ବଣ୍ଟନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.