ବିିଶ୍ୱ ଅର୍ଥନୈତିକ ଫୋରମ୍‌ର ଗ୍ଲୋବାଲ ପ୍ୟାରିଟି ଆଲାଏନ୍ସରେ ଟାଟା ଷ୍ଟିଲ୍ ସାମିଲ

0 2

ଭୁବନେଶ୍ୱର: ସମ୍ମାନ, ଅନ୍ତର୍ଭୁକ୍ତୀକରଣ ଓ ବିବିଧତାର ସଂସ୍କୃତି ପାଇଁ ଉଦ୍ୟମ କରୁଥିବା ଟାଟା ଷ୍ଟିଲ୍ ନିକଟରେ ବିଶ୍ୱ ଅର୍ଥନୈତିକ ଫୋରମର ଗ୍ଲୋବାଲ୍ ପ୍ୟାରିଟି ଆଲାଏନ୍ସ (ବିଶ୍ୱ ସମତା ମେଂଟ)ରେ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଛି । ବିଶ୍ୱ ସମତା ମେଂଟ (ଜିପିଏ) ହେଉଛି ବିଭିନ୍ନ ଦେଶକୁ ନେଇ ଗଠିତ ବିଶ୍ୱସ୍ତରୀୟ ସଂସ୍ଥାର ଦଳର ଯାହା କର୍ମ କ୍ଷେତ୍ର ଓ ବାହାରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ (ଡିଇଆଣ୍ଡ୍‌ଆଇ) ପାଇଁ ସାମଗ୍ରିକ ପଦକ୍ଷେପ ଗ୍ରହଣ କରୁଛି ।
ମାକିନ୍‌ସେ ଆଣ୍ଡ୍ କୋ ର ସହଯୋଗିତାରେ ପ୍ରତିଷ୍ଠାତ ହୋଇଥିବା ଏହି ମେଂଟ (ଜିପିଏ) ଡିଇଆଣ୍ଡ୍‌ଆଇର ଶ୍ରେଷ୍ଠ ପ୍ରଥାର ପ୍ରସାର କରୁଛି ଯାହା ଦ୍ୱାରା ପ୍ରତିନିଧିତ୍ୱରୁ ବଂଚିତ ଦଳ ଉପକୃତ ହେବେ ଏବଂ ଏହି ପ୍ରଥା ସମଗ୍ର ବ୍ୟବସାୟ ପ୍ରକ୍ରିୟାରେ ଲାଗୁ ହୋଇପାରିବ ଯାହା ଫଳରେ ଏକ ସମାନତାର କର୍ମ ସୁଯୋଗ ସୃଷ୍ଟି ହେବ, ବିବିଧତାର ପ୍ରସାର ଏବଂ ଅନ୍ତର୍ଭୁକ୍ତୀକରଣ ଉତ୍ପାଦ ଓ ସେବାର ଶୁଭାରମ୍ଭ ହୋଇପାରିବ ।
ଏହି ମେଂଟ୍ ସମ୍ପର୍କରେ ଟାଟା ଷ୍ଟିଲ୍‌ର ସିଇଓ ଓ ଏମ୍‌ଡି ଟିଭି ନରେନ୍ଦ୍ରନ କହିଛନ୍ତି ଯେ, “ଟାଟା ଷ୍ଟିଲ୍‌ରେ ଆମର ଲକ୍ଷ୍ୟ ହେଉଛି ଏଭଳି କର୍ମ କ୍ଷେତ୍ର ପ୍ରସ୍ତୁତ କରିବା ଯେଉଁଠାରେ ବ୍ୟକ୍ତିଙ୍କ ଭିତରେ ଥିବା ଭିନ୍ନତାକୁ ଗ୍ରହଣ କରାଯିବ ଏବଂ ଏଭଳି ଏକ ସଂସ୍କୃତି ସୃଷ୍ଟି କରାଯିବ ଯେଉଁଠାରେ ପ୍ରତିଦିନ କାମ ପାଇଁ ସେମାନେ ନିଜର ଅସଲିପଣକୁ ଆଣିପାରିବେ । ଆମର ଅନ୍ତର୍ଭୁକ୍ତୀକରଣ, ବିବିଧତା ଓ ପ୍ରିୟଜନ ଯାତ୍ରାରେ ଆମେ ନିଯୁକ୍ତି, ସଚେତନତା, ଭିତିଭୂମି, ଧରି ରଖିବା ଏବଂ ବିକାଶ ପାଇଁ କାର୍ଯ୍ୟ କରୁଛୁ । ଆମର ବିଶ୍ୱାସ ରହିଛି ଯେ କିଭଳି ଦୂରାନ୍ତ ମାନୁଫାକଚରିଂ ଓ ଖଣି କାର୍ଯ୍ୟ କ୍ଷେତ୍ରରେ ବିବିଧ ପ୍ରତିଭାମାନଙ୍କୁ ହାସଲ କରିହେବ ତାହା ବୁଝିବା ଓ ଡିଇଆଣ୍ଡ୍‌ଆଇ କ୍ଷେତ୍ରରେ ପ୍ରଶଂସନୀୟ କାଯ୍ୟ କରୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ଠାରୁ ଶିଖିବାରେ ବିଶ୍ୱ ସମତା ମେଂଟ ସହାୟକ ହେବ ।’’
ଡିଇଆଣ୍ଡ୍‌ଆଇ ଦୀର୍ଘ ଦିନରୁ ଟାଟା ଷ୍ଟିଲ୍ ମୂଲ୍ୟବୋଧର ଅଂଶ ହୋଇରହିଛି । ଏକ ବିବିଧ, ଅନ୍ତର୍ଭୁକ୍ତୀକରଣ, ସୁରକ୍ଷିତ ଓ ଯୁକ୍ତିଯୁକ୍ତ କର୍ମ କ୍ଷେତ୍ର ସୃଷ୍ଟି କରିବା ଲାଗି ଟାଟା ଷ୍ଟିଲ ପ୍ରତିବଦ୍ଧ ଏବଂ ୨୦୨୫ ସୁଦ୍ଧା ୨୫% ବିବିଧ ଶ୍ରମଶକ୍ତି ପାଇଁ ଲକ୍ଷ୍ୟ ରଖିଛି । ଋତୁସ୍ରାବ ଛୁଟି, ଏଲଜିବିଟିକ୍ୟୁ+ ପାର୍ଟନରଙ୍କ ପାଇଁ ସମାନ ସୁବିଧା, ଲିଙ୍ଗ ବିଭେଦ ବିନା ଅଭିଭାବକ ଛୁଟି, ଲିଙ୍ଗ ସ୍ପଷ୍ଟତା ପାଇଁ ସହାୟତା ଆଦି ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଏଲଜିବିଟିକ୍ୟୁ+ କର୍ମକ୍ଷେତ୍ରରେ ଟାଟା ଷ୍ଟିଲ ହେଉଛି ୱାର୍କପ୍ଲେସ୍ ଇକ୍ୱାଲିଟି ଇଣ୍ଡେକ୍ସରେ ଗୋଲ୍‌ଡ ନିଯୁକ୍ତିଦାତା ସାର୍ଟିଫାଏଡ୍ ସଂସ୍ଥା ।

 

 

Leave A Reply

Your email address will not be published.