ପାଟଣାଗଡ଼ରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

0

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )ସମଗ୍ର ଶିକ୍ଷା ବଲାଙ୍ଗିର ଓ ପାଟଣାଗଡ଼ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞାପିତ ଅଞ୍ଚଳରେ ଜନ ସଚେତନତା ପାଇଁ “ଶିକ୍ଷା ସଚେତନତା” ରଥର ଆଜି ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳସ ସ୍ଥାପନ ସହ ପୂଜାର୍ଚନା କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିବା ସହ ଏହାର ଲକ୍ଷ୍ୟ ଏବଂ ଉଦେଶ୍ୟ ଉପରେ କହିଥିଲେ । ଏହା ପରେ ଏହି ରଥ ପାଟଣାଗଡ଼ର ୧୭ ଗୋଟି କ୍ଳଷ୍ଟରରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ୫ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ହେତୁ ସ୍କୁଲ ବନ୍ଦ ରହିଥିବା ଯୋଗୁଁ ମୁଖ୍ୟତଃ ଭାବେ ଛଅରୁ ଚଉଦ ବର୍ଷ ପିଲାମାନେ ଯେପରି କେହି ଅଧାରୁ ପାଠ ଛାଡ଼ିବେ ନାହିଁ, ସମସ୍ତେ ଯେପରି ସ୍କୁଲରେ ପାଠ ପଢିବେ, ମଧ୍ୟାହ୍ନ ଭୋଜନ, ଡ୍ରେସ, ସ୍ୱାସ୍ଥ, ଖେଳ, ମୋ ଅଭିଯାନ, ଶାରୀରିକ, ସାଂସ୍କୃତିକ ଏବଂ ବାଧିତ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ବିଷୟରେ ଜନ ସଚେତନତା କରିବା ନେଇ ଏହି ରଥକୁ ପରିକ୍ରମା କରାଯିବ ବୋଲି ଅତିଥିମାନେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ବାଦଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆର୍‌ସିସି ବିରଞ୍ଚି ମହଲା, ଦୀପକ ସାହୁ, ତ୍ରିଲୋଚନ ମେହେର, ଜୟଦେବ ସୁନା, ଅନାଦି ବିଶିଙ୍କ ସମେତ ସମସ୍ତ ଷ୍ଟାପ, କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.