ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବ୍‍ଡିଭିଜନ୍‍ ପାଇଁ ଅନୁରୋଧ ଜଣାଇଲା ସେମିଳିଗୁଡ଼ା ନାଗରିକ ମଞ୍ଚ

0

ଭୁବନେଶ୍ୱର : ନନ୍ଦପୁର, ସେମିଳିଗୁଡ଼ା, ପଟାଙ୍ଗୀ, ନାରାୟଣପାଟଣା, ବନ୍ଧୁଗାଁ ଆଦି ଓଡ଼ିଶାର ସୀମାନ୍ତବର୍ତ୍ତୀ ବ୍ଲକ । ଏହିସବୁ ବ୍ଲକଗୁଡିକରେ ପଡେ଼ାଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟ ବିଭିନ୍ନ ସମୟରେ ଅବାଧ ଅନୁପ୍ରବେଶ କରୁଛି । ଏହାର ସଦ୍ୟତମ ଉଦାହରଣ ହେଉଛି କୋଟିଆ ଗାଁରେ ଆନ୍ଧ୍ର ପକ୍ଷରୁ ଜବରଦଖଲ କରାଯିବା । ଏଭଳି ଏକ ସମ୍ବେଦନଶୀଳ ପ୍ରସଂଗରେ କିପରି ଉଚିତ୍‍ ପଦକ୍ଷେପ ନିଆଯାଇପାରିବ, ଏହାକୁ ଦୃଷ୍ଟିରେ ରଖି ଆଜି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ପତ୍ରରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପାଡାଲ, କେଆର୍‍ଆଇଟି ଅଧ୍ୟକ୍ଷ ଅଶୋକ ପାଙ୍ଗୀ, ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ସୁନାବେଡା ପୌରାଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷ ଦୀନେଶ ଖରା, ସେମିଳିଗୁଡ଼ା ନାଗରିକ ମଞ୍ଚ ସଭାପତି କୃଷ୍ଣ ସିଂହ ପ୍ରମୁଖ ଜଣାଇଥିଲେ ଯେ ସେମିଳିଗୁଡ଼ା ଠାରେ ଏକ ସବ୍‍ଡିଭିଜନ୍‍ ହେଉ । ଏହାଦ୍ୱାରା ପ୍ରଶାସନ ଲୋକଙ୍କ ନିକଟତର ହୋଇପାରିବ । ଜନସାଧାରଣ ପ୍ରଶାସନକୁ ପାଖରେ ପାଇ ନିଜର ଅସହାୟତା ପ୍ରକାଶ କରିପାରିବେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ବିଷୟରେ ସମସ୍ତ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ନାଗରିକ ମଞ୍ଚର ପ୍ରତିନିଧିଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସେମିଳିଗୁଡ଼ା ପ୍ରେସ୍‍ କ୍ଲବ ସଭାପତି ଅଜୟ ସାହୁ, ଅରୁଣ ନାୟକ, ଚିତ୍ତରଞ୍ଜନ ମିଶ୍ର, ଭୋଳ କ୍ଷୀରୋଦ, ଏସ୍‍. ପର୍ଶୁରାମ, ସୁରଜ ପଣ୍ଡା, ସୁକାନ୍ତ ସାମଲ, ମନୁ ସ୍ୱାଇଁ, ରତ୍ନାକର  ନନ୍ଦ, ପ୍ରେମାନନ୍ଦ ପୃଷ୍ଟି, ଡି. ବିଶ୍ୱାଳ, ଗଣେଶ ସେନାପତି, ଜେ. ପ୍ରସାଦ, ଅନନ୍ତ ମତ୍ତାମ, ସୁଦର୍ଶନ ରାଉତ, ଶକ୍ତି ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.