ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଲତା ସମାଜର ଜନସାଧାରଣ

0

 

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୁଲତା ସମାଜ ବିଶେଷକରି ଏକ ଚାଷୀ ସମାଜ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେଥିରେ ଏହି କୁଲତା ସମାଜ ଲାଭବାନ ହୋଇପାରିଛି । ସରକାରଙ୍କ ସମସ୍ତ ଯୋଜନା ଏହି ସମାଜ ପାଖରେ ପହଂଚିପାରିଛି । ଏଭଳି ସଫଳତା ପାଇଁ ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୁଲତା ସମାଜର ୪୫୦ରୁ ଉର୍ଧ୍ଵ  ଭାଇଭଉଣୀ, ବୁଦ୍ଧିଜୀବୀ, ଜନସାଧାରଣ ଆଜି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର କୃତଜ୍ଞତା ଜଣାଇଛନ୍ତି । ଏହାସହିତ ପଶ୍ଚିମ ଓଡ଼ିଶାର ସମସ୍ତ କୃଷକ ସମାଜ ପାଇଁ ଆଗକୁ କିପରି ମୁଖ୍ୟମନ୍ତ୍ରୀ ଅଧିକ କାମ କରିପାରିବେ ସେଥିପାଇଁ ଅନୁରୋଧ କରିଥିଲେ । କୁଲତା ସମାଜର କଲ୍ୟାଣ ମଣ୍ଡପ, ବିଭିନ୍ନ କମ୍ୟୁନିଟି ସେଣ୍ଟର ଯାହା ଅସଂପୂର୍ଣ୍ଣ ଅବସ୍ଥାରେ ଅଛି, ସେଗୁଡିକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଅନୁଦାନ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୁଲତା ସମାଜର ଏହି ଦାବିଗୁଡିକ ସହୃଦୟତାର ସହ ଗ୍ରହଣ କରି କିପରି ପରବର୍ତ୍ତୀ ଅବସ୍ଥାରେ ପୂରଣ କରାଯାଇପାରିବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ  ନେତା ନାରାୟଣ ସାହୁ, ମାର୍କଫେଡ୍‍ ଅଧ୍ୟକ୍ଷ ବିଭୂଦତ୍ତ ପ୍ରଧାନ, ବରିଷ୍ଠ  କୁଲତା ସମାଜ ନେତା ଉର୍କୁଲୁ ସାହୁ, ବ୍ରଜରାଜନଗର କୁଲତା ସମାଜ ନେତା ସନ୍ତୋଷ ବଢ଼ାଇ, ସନ୍ତୋଷ ସାହୁ, ପାଇକମାଳର ତିଲେ ଭୋଇ, ଝାରବନ୍ଧର ବିଜୟ ପ୍ରଧାନ, ଗାଇସିଲେଟ୍‍ର ନାରାୟଣ ସାହୁ, ଶ୍ୟାମ ଭୋଇ, ବିଜେପୁରର ବିକାଶ ପ୍ରଧାନ, ଭଟ୍‍ଲିର ଗୋବିନ୍ଦ ପ୍ରଧାନ, ଅମ୍ବାଭୋନାର କୀର୍ତ୍ତି ଦୁଆନ୍‍, ପଦ୍ମପୁରର ସହଦେବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.