ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବାସିନ୍ଦା ଟି.ନାରାୟଣ ରାଓ ବର୍ତ୍ତମାନ ପୁରୀ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଅଛନ୍ତି।
ସେ ନିକଟରେ ରାଜ୍ୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି। ପୁରୀ ଜିଲ୍ଲାକୁ ରାଜ୍ୟ ସ୍ତରରେ ୨୦୧୯ -୨୦୨୦ ଏବଂ ୨୦୨୦ -୨୦୨୧ ଆର୍ଥିକ ବର୍ଷରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।
ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କାର୍ଯ୍ୟକ୍ରମ ଯଥା :-ଆର୍ଥିକ ଅଟକଳକୁ ଗୁଣାତ୍ମକ ବିକାଶ କରିବା , ଟିବି ରୋଗୀଙ୍କୁ ଚିହ୍ନଟି କାରଣ ଓ ପରୀକ୍ଷା , ଶତପ୍ରତିଶତ ଟୀକାକରଣ ନିଶ୍ଚିତ କରିବା , କାୟାକଳ୍ପ ପ୍ରକଳ୍ପକୁ ଶତପ୍ରତିଶତ ନିଶ୍ଚିତ କରିବା ଇତ୍ୟାଦିରେ ପ୍ରମୁଖ ଭୂମିକା ସମ୍ପାଦନ କରିପାରିଛନ୍ତି।
ଗଜପତି ଜିଲ୍ଲାରେ ଏସ୍ ଡବ୍ଲୁ ଡବ୍ଲୁ ଏସ୍ ରେ ନିଜର କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଭାବେ ନୂଆଗଡ ଠାରେ ନିଯୁକ୍ତି ପାଇଥିଲେ।
ପରବର୍ତ୍ତୀ ସମୟରେ ନିଜର କୌଶଳ ଓ ଦକ୍ଷତା ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଭାବେ ସମ୍ବଲପୁର ଏବଂ ବାଲେଶ୍ବରରେ ନିଜର କୃତିତ୍ୱ ସମ୍ପାଦନ କରି ବର୍ତ୍ତମାନ ପୁରୀରେ ଅବସ୍ଥାପିତ ଅଛନ୍ତି।
ସେ ନିକଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଠାରୁ ପୁରୀ ଜିଲ୍ଲା ପାଇଁ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ,ମାନପତ୍ର ସହ ସମ୍ମାନିତ ହୋଇଥିଲେ।
ତାଙ୍କର ଏହି ବିରଳ ଗୌରବ ପାଇଁ ଏସ୍ ଡବ୍ଲୁ ଡବ୍ଲୁ ଏସ୍ ର ସଭାପତି ଡି.ଜଗନ୍ନାଥ ରାଜୁ ତଥା ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.