ବନ୍ଧକାଟିଆ ପଂଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ସମୀକ୍ଷା ବୈଠକ

0

ଆଗାମୀ ଦିନରେ ସଂଗଠନକୁ ମଝବୁତ୍ କରିବା ସହ ପଂଚାୟତବାସୀଙ୍କ ବିକାଶ ପାଇଁ ଲକ୍ଷ୍ୟ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଂଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ପଂଚାୟତ ସ୍ତରୀୟ ସମୀକ୍ଷା ବୈଠକ ରବିବାର ଦିନ ରାତ୍ର ସମୟରେ ସହଦେବପୁର ସ୍ଥିତ ପ୍ରଶାନ୍ତ ମହାପାତ୍ର ଙ୍କ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତର ବର୍ଷିୟାନ ନେତା ସ୍ଥାୟୀ ସଭାପତି ରଘୁନାଥ ମହାପାତ୍ରଙ୍କ ସଭାପତିତ୍ୱ କରିଥିଲେ । ଶ୍ରୀ ମହାପାତ୍ର ଓ ଉପସ୍ଥିତ ଥିବା ସମସ୍ତ କର୍ମକର୍ତାମାନେ କିପରି ଭାବେ ମିଳିମିଶି ହାତରେ ହାତ ମିଶାଇ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଝବୁତ କରାଯିବ ସେ ବିଷୟରେ ବିଶେଷ ଭାବେ ଆଲୋଚନା କରିଥିଲେ । ଏପରିକି ସମସ୍ତ କର୍ମକର୍ତାଙ୍କ ଏକମାତ୍ର ମୁଖ୍ୟ ଲକ୍ଷ୍ୟ ହେଉଛି ପଂଚାୟତବାସୀଙ୍କ ପାଇଁ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ସମଗ୍ର ପଂଚାୟତ ମଧ୍ୟରେ ବନ୍ଧକାଟିଆ ଗ୍ରାମପଂଚାୟତକୁ ୧ନଂ ପଂଚାୟତ ଭାବେ ଗଢିତୋଳିବା । ଉକ୍ତ ବୈଠକରେ ମଣ୍ଡଳ ସଭାପତି ଅଶୋକ କୁମାର ସାହୁ, ଶଶିଭୂଷଣ ତ୍ରିପାଠୀ,କେଳୁଚରଣ ସ୍ୱାଇଁ, ଭାଗ୍ୟଧର ସିଂ,ଗଗନ ଘଡ଼େଇ, ସୌମ୍ୟରଂଜନ ପ୍ରତିହାରୀ, ବସନ୍ତ କୁମାର ପ୍ରତିହାରୀ, ସଚ୍ଚିଦାନନ୍ଦ ସାହୁ ଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସମୀକ୍ଷା ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଆସନ୍ତା ରବିବାର ପଂଚାୟତ କାର୍ଯ୍ୟକାରିଣୀ ବୈଠକ ହେବାପାଇଁ ନିଷ୍ପତି ନିଆଗଲା ।

 

 

Leave A Reply

Your email address will not be published.