ସୁଵର୍ଣପୁର(ପ୍ରକାଶ ହାତୀ) : ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସୁବର୍ଣ୍ଣପୁର ମୁନିସିପଲଟି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଓ ସ୍ଥାନୀୟ ଗର୍ଭବତୀ ଆଉ ପ୍ରସୂତି ମା ମାନଙ୍କୁ ନେଇ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ର ଅଧିକ୍ଷକ ଡ଼.ପ୍ରଦୀପ କୁମାର ଗୁରୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସଭାରେ ଡ଼ା. ମଂଜୁରାଣୀ ସିଂ, ଏ .ଡି .ପି .ଏଚ ଓ ଏଏଫଡବ୍ଲୁ/ଭି ଡି ବି ଡ଼ା.ମାନସରଞ୍ଜନ ଦଣ୍ଡପାଟ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା. ଶ୍ରୀ ବିଶ୍ୱେମ୍ବର ବେହେରା, ଡିପିଏମ ଶ୍ରୀ ସରୋଜ କୁମାର ପଣ୍ଡା, ଡିଏଏମ ପ୍ରମୁଖ ମଞ୍ଚସିନ ଥିଲେ।ଉକ୍ତ ସଭାରେ ଅତିଥି ମନେ ୨୦୨୨ବର୍ଷର ଜାତୀୟ ନିରାପଦ ମାତୃତ୍ୱ ଦିବସ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଅଧିକ୍ଷକ ଡ଼ା ପ୍ରଦୀପ କୁମାର ଗୁରୁ କହୁଥିଲେ ଯେ ଗୋଟେ ସୁସ୍ଥ ଦେଶ ପାଇଁ ଏକ ସୁସ୍ଥ ଶିଶୁ ଦରକାର ଓ ସୁସ୍ଥ ଶିଶୁ ପାଇବାକୁ ହେଲେ ମା ସୁସ୍ଥ ହେବା ନିହାତି ଆବଶ୍ୟକ ଓ ଏଥିପାଇଁ ସମାଜରେ ବ୍ୟାପକ ସଚେତନତା ର ଆବଶ୍ୟକ ଥିବା ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ସଚେତନତା ସଭା ସାଙ୍ଗ କୁ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ କରାଯାଇଥିବା ସହିତ ସଦରମହକୁମାର ଜନ ଗହଳି ସ୍ଥାନ ରେ ହୋର୍ଡିଙ୍ଗ ଲଗାଯାଇ ସଚେତନତା ର ପ୍ରୟାସ କରା ଯାଇଛି। ଏହି ସଚେତନତା ସଭା ପରିପ୍ରେକ୍ଷୀ ରେ ଉପସ୍ଥିତ ସମସ୍ତ ଅଙ୍ଗନବାଡି କର୍ମୀ, ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ନେଇ ବିଭାଗ ତରଫ ରୁ ଏକ କୁଇଜ ପ୍ରତିଯୋଗିତା କରାଯାଇ ସଫଳ ପ୍ରତିଯୋଗୀ କୁ ଉପହାର ପ୍ରଦାନ କରିଯାଇଥିଲା। ଏହି ପରିପ୍ରେକ୍ଷୀ ରେ ଅନୁଷ୍ଠିତ କୁଇଜ କାର୍ଯ୍ୟକ୍ରମ କୁ ତରଣୀସେନ ପଧାନ(ଏମ ସି ପି ତଥା ଜି କେ ଏସ), ଗୀତାଞ୍ଜଳି ମେହେର(ଏ ଏମ ଏନ ସି ଡି) ପରିଚାଳନା କରିଥିବା ବେଳେ ଶ୍ରୀ ନାରାୟଣ ରଥ ସହଯୋଗ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଅକୃର କୁମାର ହୋତା ପରିଚାଳନା କରିଥିବାବେଳେ ଶ୍ରୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.