ଗାଇସିଲାଟ:ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନ ର ସ୍ବପ୍ନ ଆଯି ସାକାର ହୋଇଛି। ଦୀର୍ଘ ଦିନ ରୁ ଗୁଦେରପାଲି, ଏବଂ ଚିଖିଲି ଅଞ୍ଚଳ ବାସୀ ଗୁଦେରପାଲି ରେ ଏକ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରିଆସୁଥିଲେ। ୪ ବର୍ଷ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୁଦେରପାଲି ରେ ଏକ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଥିଲେ ଯାହାକି ଆଜି ନୂତନ ଭାବରେ ଗୁଦେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଅସ୍ଥାୟୀ ଭାବରେ ଏକ ରାଜସ୍ଵ ନିରିକ୍ଷକ ଙ୍କ କାର୍ଯ୍ୟଲୟ ଗାଇସିଲେଟ ତହସିଲଦାର ମନୋଜ କୁମାର ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏବଂ ନୂତନ ଭାରେ ଆଶିଷ କୁମାର ଭୋଇ ନାମକ ରାଜସ୍ଵ ନିରିକ୍ଷକ ଯୋଗଦାନ କରିଛନ୍ତି। ସେହିପରି ପଦ୍ମପୁର ଉପ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ,ଆର ଏମ୍ ସି ସେକ୍ରେଟାରୀ ମଧୁସୂଦନ ମେହେର ଯୋଗଦେଇ, ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ,ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର, ଭୀଷ୍ମ ଦେବ ପଣ୍ଡା ଏବଂ ରାଜସ୍ବ ବିଭାଗର ଉପସ୍ଥିତ ରେ ଗୁଦେରପାଲି ରେ ଆର ଏମ୍ ସି ତରଫରୁ ଏକ ସ୍ଥାୟୀ ବଜାର ପ୍ରାଙ୍ଗଣ ନିର୍ମାଣ ପାଇଁ ଜମି ଚିହ୍ନଟ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post