ପବିତ୍ର ରାମ ନବମୀ ଅନୁଷ୍ଠିତ

0

ସିମୁଳିଆ (ଅକ୍ଷୟ କୁମାର ଜେନା):ଆଜି ପବିତ୍ର ରାମ ନବମୀ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ର ରୁଦ୍ରଶ୍ରମ ଗୋଶାଳା ଉତ୍ସବ ମୁଖର ହୋଇ ଉଠିଛି। ଦୀର୍ଘ ନ ଦିନ ଧରି ଏଠାରେ ପ୍ରଭୁ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ କଥା ପ୍ରବଚନ ଅନୁଷ୍ଠିତ ହୋଇ ଏକ ଭକ୍ତି ଭରା ପରିବେଶ ସତରେ ଅବିସ୍ମରଣୀୟ। ବହୁ ସାଧୁସନ୍ଥ ଭକ୍ତ ଙ୍କ ଗହଳି ଭଗୁଆ ରଙ୍ଗର ପରିବେଶ ଏଠାରେ ଏକ ନିଆରା ପରିବେଶ ସୃଷ୍ଟି କରିଥିବା ବେଳେ। ସନାତନ ଧର୍ମ ସନା ତନି ପ୍ରଚାର ପ୍ରସାର ଜଣେ ହିନ୍ଦୁ ହିସାବରେ ଆଜିର ଦିନରେ ନିଜକୁ ଗର୍ବ ଅନୁଭବ ହୋଇଥାଏ। ଯଜ୍ଞ, ଭୋଗ, ନାମ କୀର୍ତ୍ତନ, ପ୍ରସାଦ ସେବନ ଇତ୍ୟାଦି କୁ ନେଇ ଆଶ୍ରମ ଟି ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଆଶ୍ରମ ର ମଠାଧୀଶ ଏହାକୁ ଦୀର୍ଘ ପନ୍ଦର ବର୍ଷ ଧରି ସୁଚାରୁ ରୂପେ ସଂପାଦନ କରି ଆସୁଛନ୍ତି ବୋଲି ସୁଚନା ଦେଇ ଥିଲେ

Leave A Reply

Your email address will not be published.