ରଣପୁର(ପ୍ରସନ୍ନ ସାମନ୍ତରାୟ) : ରାଜ୍ୟରେ ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷମାନେ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଗୁରୁମନ୍ତ୍ରନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ( ୫-ଟି)ଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ପାଇଁ ମାର୍ଗଦର୍ଶନ ନେଇଛନ୍ତି | ଏହି ପରିପକ୍ଷେ ନବୀନ ନିବାସ ଠାରେ ଆୟୋଜିତ ହୋଇଥିବା ବୈଠକ ରେ ରାଜ୍ୟ ର ସମସ୍ତ ଅଧକ୍ଷ ଓ ଉପାଧକ୍ଷ ଯୋଗଦେଇଥିଲା ବେଳେ ନୟାଗଡ ଜିଲ୍ଲା ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ମଧ୍ୟ୍ୟ ଯୋଗଦେଇ 5ଟି ସଚିବଙ୍କ ଠାରୁ ଉପଦେଶ ନେଇଥିଲେ | ନୟାଗଡ ଜିଲ୍ଲାର ବିକାଶ ଦିଗ ରେ କାର୍ଯ୍ୟ କରିବା ସହିତ ସ୍ୱଛତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ | ବିଶେଷକରି ନବୀନ ସରକାର ଙ୍କ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ବେଳେ ଜିଲ୍ଲା ରେ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଯୋଜନା କିଭଳି ଭାବେ ଗ୍ରାମାଞ୍ଚଳ ଗରୀବ ଲୋକଙ୍କ ପାଖରେ ସଠିକ ରୂପେ ପହଞ୍ଚି ପାରିବ ସେ ନେଇ ଆଲୋଚନ କରିଥିଲେ | ଏହି ମାର୍ଗଦର୍ଶନ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ଙ୍କ ମନୋବଳ ବୃଦ୍ଧି କରିଥିବା ସହ ଜିଲ୍ଲାର ବିକାଶ ଦିଗ ରେ କାର୍ଯ୍ୟ କରିବା ନେଇ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷ ଙ୍କ ସହିତ 5 ଟି ସଚିବ ବ୍ୟକ୍ତିଗତ ଭାବେ ମିଶି ସେମାନଙ୍କ ଭଲମନ୍ଦ ବୁଝିବା ସହିତ ବିକାଶ ଦିଗ ରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.
Next Post