ରବି ନାରାୟଣ ସାହୁ/ଖୋର୍ଦ୍ଧା-୧୬ନଂ ଜାତୀୟ ରାଜପଥ ଜିଲ୍ଲାପାଳ ଙ୍କ କାର୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସକାଳ ସାଢେ 9ଟା ବେଳେ ଘଟଣା ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ବର ପଟୁ ଆସୁଥିବା 407 ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 407 ସମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ସଂପୃକ୍ତ ଡ୍ରାଇଭର ଙ୍କ ଗୋଡ ଷ୍ଟେରିଙ୍ଗରେ ଫସିଯାଇଥିଲା। ଖବରପାଇ ପୋଲିସ ଓ ଅଗ୍ନିଶମ ସଂସ୍ଥା ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ଗ୍ୟାସ କଟର ସାହାଯ୍ୟରେ ଷ୍ଟେରିଙ୍ଗ ପଟ ଡୋର ଭାଙ୍ଗି କ୍ୟାବିନ ଭିତରୁ ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ। 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
Sign in
Sign in
Recover your password.
A password will be e-mailed to you.