୩୫୩ ନମ୍ବର ଜାତୀୟ ରଜାପଥ ଉପରେ ବଡ ବଡ ଗାତ ଜାତୀୟ ରାଜପଥ ବିଭାଗ ନିରବ ଦ୍ରଷ୍ଟା

0

ନୂଆପଡା ରୁ ଯୋଶବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଖଡିଆଳ ସହର ଭୀତରେ ପ୍ରତ୍ୟେକ ୧୦୦ ମିଟର ରେ ଏକ ଫୁଟ ର ବାଗ ରହିଛି । ଏହି ରାସ୍ତାରେ ଛତିଶଗଡ ରାୟପୁର ଠାରୁ ବ୍ରହ୍ମପୁର ଗୋପାଲପୁର ପର୍ଯ୍ୟନ୍ତ ୫୫୦ କିଲୋମିଟର ରାସ୍ତା ଲମ୍ବିଛି । ଯାହା ଫଳରେ ଏହି ରାସ୍ତା ଦେଇ କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ ଦେଇ ଦୈନିକ ସହ ସହ ମାଲ ବୋଝେଇ ଭାରିଯାନ ଗୁଡିକ ଯାତାୟତ କରୁଛି । ଜାତୀୟ ରାଜପଥ ବିଭାଗ ଏହି ବଡ ବଡ ଖାଲ ସହିତ ଅନେକ ସ୍ଥାନ ଗୁଡିକରେ ଖାଳ ଖମାର ଗୁଡିକୁ ମରାମତି କରୁନଥିବାରୁ ଦୃତ ଗତିରେ ଆସୁଥିବା ଭାରିଯାନ ଗୁଡିକ ଦୁର୍ଘଟଣାର ଶୀକାର ହେବା ସହିତ ଅନେକ ଭାରିଯାନ ଗୁଡିକ ଇଞ୍ଜିନ ପଟ୍ଟା ଛିଣ୍ଡି ଯାଉଥିବା ଦେଖିବାକୁ ମିଳିଛି । ପୁଣି ସ୍ଥାନୀୟ ଅଞ୍ଚଳରେ ଯାତାୟତ କରୁଥିବା କାର ଓ ଦୁଇ ଚକିଆ ଯାନ ଗୁଡିକ ଏହି ଖାଳରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । ଏ ବିଷୟରେ ବାରମ୍ବାର ଖଡିଆଳ ଜାତୀୟ ରାଜପଥ ବିଭାଗ ଏସଡିଓ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରଭାବ ପଡୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜାତୀୟ ରାଜପଥ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଖାଳ ଖମାର ଗୁଡିକୁ ମରାମତି କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.