କେମ୍ପସଡା- କୁଶପଦା ରଜାବନ୍ଧ ରାସ୍ତା ମରଣ ଯନ୍ତା

0

ପାଞ୍ଚ ଶହ ମିଟର ରାସ୍ତା ପାଇଁ ସାତ କିଲୋମିଟର ବୁଲିବାକୁ ପଡୁଚି।

ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ରାସ୍ତାର ଉନ୍ନତି କାରଣ ପାଇଁ ଦାବୀ

କେନ୍ଦୁଝର/ ସିଦ୍ଧେଶ୍ୱର ସାହୁ :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡା- କୁଶପଦା – ରଜାବନ୍ଧ ରାସ୍ତାଟି ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି କ୍ଷୁଦ୍ର ଜଳ ସେଚନ ବିଭାଗର ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ରାସ୍ତା ମରାମତି କିମ୍ବା କୌଣସି ପ୍ରକାର ଆଖି ଦୃଶିଆ କାମ ହୋଇପାରୁ ନାହିଁ। ସାମାନ୍ୟ ବର୍ଷା ହେଲେ କାଦୁଅ ପଚ ପଚ ହେବା ସହ ଆଣ୍ଠୁଏ ଲେଖା ଖାଲ ସୃଷ୍ଟି ହୋଇ ରାସ୍ତା ଖସରା ହୋଇ ବିପଦ ହୋଇପଡ଼ିଥାଏ, ଏମିତି କି ବହୁସମୟରେ ଗାଡି ଖସଡ଼ାମାରି ବିଲ ଓ ବନ୍ଧ ମଧ୍ୟକୁ ଖସି ପଡିଥାଏ।ସବୁଠାରୁ ବଡ ସମସ୍ୟା ହେଲା ରାସ୍ତା ରଜାବନ୍ଧ ହୁଡ଼ା ଉପରେ ପାଞ୍ଚ ଶହ ମିଟର ରାସ୍ତାର ଉଭୟ ପାର୍ଶ୍ବ ସମ୍ପୂର୍ଣ ବିପଦପୂର୍ଣ୍ଣ ଅଣଓସାରିଆ ରାସ୍ତା ସହ ଗୋଟିଏ ପଟ ଦଶ ଫୁଟ ପାଣି ଏଵଂ ଅନ୍ୟ ପଟ ପ୍ରାୟ ପଚିଶ ଫୁଟ ତଳେ ଖାଲ ଜମି ରହିଛି । ଏହି ରାସ୍ତା ଦେଇ ରାଇକଳା, କାଉଁରିକଳା, ଗୋବର୍ଦ୍ଧନ, ଶଙ୍କିରୀ , ବୋଦାପୋଳଶା ଆଦି ପଞ୍ଚାୟତର ବହୁ ଗ୍ରାମର ଚାଷୀ ମାନେ ପରିବା ବୀକ୍ରି ପାଇଁ ହେଉ ବା ଛାତ୍ର ମାନେ କଲେଜ, ରୋଗୀଙ୍କୁ ମେଡିକାଲ, ଆଦି ବିଭିନ୍ନ କମରେ ଏହି ରାସ୍ତା ଦେଇ ଜିଲା ସଦର ମହକୁମା କେନ୍ଦୁଝର ସହରକୁ ଯାଇଥାନ୍ତି। ସାମାନ୍ୟ ବର୍ଷା ହେଲେ ପାଞ୍ଚ ଶହ ମିଟର ରାସ୍ତା ପାଈଁ ଲୋକଙ୍କୁ ସାତ କିଲୋମିଟର ବୁଲିକି ଯିବାକୁ ପଡୁଛି। କେମ୍ପସଡା ବାସି ପଞ୍ଚାୟତକୁ ପିଡ଼ିଏସ୍ ସାମଗ୍ରୀ ଆଣିବାକୁ ଯିବା ପାଇଁ ହେଲେ ସମାନ ଦଶା ଭୋଗିବାକୁ ପଡୁଛି। ଉକ୍ତ କେମ୍ପସଡା-କୁଶପଦା ରାସ୍ତାର ଉନ୍ନତୀ କରଣ ପାଇଁ ଯୁବ ଓ ଶ୍ରମ ବିକାଶ ମଂଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡା କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂଜିନିୟର ସୁଧାଂଶୁ ଶେଖର ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଶ୍ରୀଯୁକ୍ତ ସାହୁ ରାସ୍ତାର ଗୁରୁତ୍ତ୍ଵକୁ ହୃଦବୋଧ କରି ତୁରନ୍ତ ଉକ୍ତ ରାସ୍ତାକୁ ବ୍ଲକ୍ ପ୍ରଶାସନକୁ ହସ୍ତାନ୍ତ କରି ରାସ୍ତାର ଉନ୍ନତୀ ଦିଗରେ କାର୍ଯ୍ୟ କରିବା ସହିତ ଆବଶ୍ୟକ ବୈଷଗିକ ସହାୟତା ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

Leave A Reply

Your email address will not be published.