ନୀଳଗିରି ସାମ୍ବାଦିକଙ୍କ ଉପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଓୟୁଜେ ର କଳା ବ୍ୟାଚ ପରିଧାନ ଓ ଦାବୀ ପତ୍ର ପ୍ରଦାନ

0

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: : ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ଉପରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା ଓୟୁଜେ ଶାଖା ତରଫରୁ ଦୃଢ଼ ପ୍ରତିବାଦ କରାଯିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
 ଏଥିସହ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ କଳା ବ୍ୟାଚ୍ ପରିଧାନ ପୂର୍ବକ ଘଟଣାର ପ୍ରତିବାଦ କରିଛନ୍ତି। ଆଜି ପୂର୍ବାହ୍ନରେ ଓୟୁଜେର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଙ୍କ ନେତ୍ଵତ୍ଵ ରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଏଥିସହ ନୀଳଗିରି ମାମଲାରେ ପୋଲିସ ଅଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଥିଲେ। ଏହି ମର୍ମରେ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ମଧ୍ଯ ପଠାଇ ଥିଲେ।

Leave A Reply

Your email address will not be published.