ବନ୍ୟ ଜନ୍ତୁ ଶିକାର କରି ଅଙ୍ଗ ତସ୍କର କରୁଥିବା ବେଳେ ୩ ଗିରଫ

0

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ପୋଲିସ ହାତରେ କିଛି ଦିନର ବ୍ୟବଧାନ ପରେ ପୁଣି ଧାରା ହେଲେ ବନ୍ୟ ଜନ୍ତୁ ଶିକାରୀ । ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ଵାରା ଗତକାଲି ବନ୍ୟ ଜନ୍ତୁ ଶିକାର କରି ଅଙ୍ଗ ତସ୍କର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ରତନପୁର- ମାମୁରିଖୋଲ ଜଙ୍ଗଲରୁ ବେଆଇନ ଜନ୍ତୁ ଶିକାର କରି ଅଙ୍ଗ ପ୍ରତ୍ୟଙ୍ଗ ତସ୍କରୀ ସୂଚନା ପାଇ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଙ୍କ ନେତୃତ୍ୱ ରେ ଜିଲ୍ଲା ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଚାନଭିନ କରିଥିଲା। ଏହି ସମୟ ରେ ଖଣ୍ଡାଧୁଆଁ ଗ୍ରାମରେ ବାଘ ଛାଲ ସହ ୩ଜଣ ବନ୍ୟ ଜନ୍ତୁ ତସ୍କର ଥିବା ସୂଚନା ପାଇଥିଲେ। ସେଠାକୁ ପହଞ୍ଚି ଚଢ଼ଉ ବେଳେ ୩ଟି ବାଘ ପଞ୍ଜା ସହ ବିଦ୍ୟୁତ୍ ତାର ଜବତ କରିଥିଲେ। ସେଠାରେ ଥିବା ୩ଜଣଙ୍କୁ ଗିରଫ କରି ଥିଲେ। ଅଭିଯୁକ୍ତ ମାନେ ହେଲେ ଖଣ୍ଡାଧୂଆଁ ଗ୍ରାମର ରଞ୍ଜିତ ନାୟକ, ଶମ୍ଭୁ ନାୟକ ଓ କୁଚିଣ୍ଡା ଥାନା ଅନ୍ତର୍ଗତ କରଙ୍ଗାମାଲ ଗ୍ରାମର ବିଷ୍ଣୁ ଲୁଖୁରୀ ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.