ଜଳଛତ୍ର ଖୋଳିଲା ମେଲଛାମୁଣ୍ଡା ପୁଲିସ

0 2

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ସମ୍ମୁଖରେ ପୁଲିସ ବିଭାଗ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଉଦେଶ୍ୟରେ ଜଳଛତ୍ର ଆରମ୍ଭ କରାଯାଇଛି । ଥାନାଧିକାରୀ ଦୁର୍ଗାମାଧବ ପଧାନ ନିଜ ହାତରେ ରାସ୍ତାରେ ଯାଉଥିବା ଜନସାଧାରଣଙ୍କୁ ଦହି ପାଣି ଓ ଲେମ୍ବୁ ପାଣି ବଂଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାସ୍ତାରେ ଯାଉଥିବା ହଜାର ସଂଖ୍ୟାରେ ଲୋକେ ଦହି ପାଣି ଏବଂ ଲେମ୍ବୁପାଣି ପିଇ ନିଜର ତୃଷା ମେଂଟାଇବା ସହ ମେଲଛାମୁଣ୍ଡା ପୁଲିସକୁ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଏଶସଆଇ କେତନ ଧରୁଆ, ଏଏସଆଇ ଶ୍ରଦ୍ଧାକର କନ୍ଧ, ଏଏସଆଇ କ୍ଷମାଶିଲ ପଧାନ, ହାବିଲଦାର ଉର୍କୁଲୁ ଭୋଇ, କନେଷ୍ଟବଲ ଡୋଲାମଣି ସିଂ, ରିନାରାଣୀ ସାହୁ, ମଂଜୁ ଲାକ୍ରା, ସୌଦାମିନୀ ପୁରୋହିତ, କରୁଣାକର ମହାପାତ୍ର, ବାସୁଦେବ ସାହୁ, ଅର୍ଜୁନ ମୁଦୁଲି, ମୁକେଶ ମାଡକାମ, ହୋମଗାର୍ଡ ନିମାଇଁ ବାରିକ, ସୌକି ବରିହା, ମୁକୁନ୍ଦ ବାରିକ, ସୁମନ୍ତ ନାଏକ ଓ ସୁଦାମ କୁମ୍ଭାର ପ୍ରମୁଖ ପୁଲିସ କର୍ମଚାରୀ ପ୍ରତକ୍ଷ ସହଯୋଗ କରିଥିଲେ । ଗ୍ରୀଷ୍ମପ୍ରବାହ ସରିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଜଳଛତ୍ର ଚାଲୁ ରହିବ ବୋଲି ଥାନାଧିକାରୀ ଶ୍ରୀଯୁକ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.