ଖଇରା ବ୍ଲକ ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର

0

ବାଲେଶ୍ଵର, ଖଇରା (ବୁଲୁ ଲେଙ୍କା) ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଥିବା ବେଳେ ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ସମ୍ମାନକୁ ଆସିଛି ।ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ରେ। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ ହେବାରୁ ଡାକ୍ତର ଖା ନା ରେ ମଧ୍ୟ ତାଙ୍କ ଗୋଡ଼ ରେ ବେଢ଼ି ପକାଇ ବାନ୍ଧି ରଖିବା ସମଗ୍ର ଓଡ଼ିଶା ତଥା ଭାରତର ରେ ନିନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମହଲ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ଉଦବେଗ ପ୍ରକାଶ ପାଇଛି । ସାମ୍ୱାଦିକ ଟିଏ ଏଠି ସୁରକ୍ଷିତ ନୁହଁ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି।ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବକୁ ପୋଲିସ ପ୍ରଶାସନ ଯେଉଁଭଳି ଭାବରେ ବର୍ବୋରୋଚିତ ବ୍ୟବହାର ପ୍ରଦର୍ଶନ କଲା ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନିଳଗିରି ପୋଲିସ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ବେଢ଼ି ପକାଇବା ଘଟଣା କୁ ନେଇ ଖଇରା ସାମ୍ୱାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ନୀଳଗିରି ଆ ଇ ଆ ଇ ସି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଖଇରା ତହସିଲ୍ ଦାର୍ ଓ ଖଇରା ଥାନା ଅଧିକାରୀ ଙ୍କ ମାଧ୍ୟମ ରେ ମୁଖ୍ୟ ମନ୍ତ୍ରି ଙ୍କ ଉଦ୍ଦେଶ୍ୟ ରେ ଦୋଷୀ କୁ ଦଣ୍ଡ ଦେବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଯଦି ଦୋଷୀକୁ ଉପଯୁକ୍ତ ଦଣ୍ଡ ନ ଦିଆଯାଏ ତାହେଲେ ଆଗାମୀ ଦିନ ରେ ଏହା ଆନ୍ଦୋଳନ ରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.