ଛିଃ ଛିଃ ଇଏ କି ମାନସିକତା : କନ୍ୟା କଣ ଅଲୋଡା !!!

0

୫୭ନଂ ଏନ୍ଏଚ୍ ପୋଲ ତଳୁ ମିଳିଲା ମୃତ କନ୍ୟା ଭୃଣ

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନିର୍ଦ୍ଧିଷ୍ଟ କେତେକ ନିଛାଟିଆ ସ୍ଥାନ ଗୁଡିକରେ କିଛି ମାସ ବ୍ୟବଧାନରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁ ର  ମୃତ ଦେହ ମିଳିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଥମିନଥିବା ବେଳେ ଶୁକ୍ରବାର ସକାଳେ ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ ର ପୋଢହଳ ପୋଲ ତଳେ ଏକ କନ୍ୟା ଭୃଣ ପଡିଥିବା ଘଟଣ ପଦାକୁ ଆସିଛି । ଏକଥା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ହେଲେ ପୋଲିସ୍  ଏଭଳି ଘଟଣା ପଛରେ ହାତ ଥିବା ମହିଳା କିମ୍ବା ତାଙ୍କ ସହଯୋଗୀକୁ ଚିହ୍ନଟ କରି  କାର୍ଯ୍ୟାନୁଷ୍ଠାନ  ନେବାତ ଦୂରର କଥା ସେମାନଙ୍କ ଟେର ପାଇବା ମଧ୍ୟ ସକ୍ଷମ ହେଉନଥିବାରୁ ଏଭଳି ଘଟଣାର ପୁନରାବୃତି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 

 

Leave A Reply

Your email address will not be published.