ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ୮ଦିନ ଧରି ଚାଲିବାକୁ ଥିବା ଆତ୍ମରକ୍ଷା ତାଲିମର ଶୁଭାରମ୍ଭ ହୋଇଯାଇଛି।
ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ( ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରିଚାଳନା ବୋଡ଼ର୍ର ସଭାପତି) ଯୋଗଦେଇ ଥିବା ବେଳେ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ଼ଃ ଶଙ୍କର ପ୍ରସାଦ ବକ୍ସି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ନାରୀ ଶକ୍ତି , ନାରୀ ସଶକ୍ତିକରଣ , ନିଜର ସୁରକ୍ଷା ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରୟୋଗର ଆବଶ୍ୟକତା ସମ୍ପର୍କରେ ଅତିଥି ମାନେ ବୁଝାଇ ଥିଲେ।
ଅଧ୍ୟକ୍ଷା ଶ୍ରୀମତୀ ଦେବୀ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଓ ଗୁରୁତ୍ୱ ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଗଜପତି ଜିଲ୍ଲାରେ ଥିବା ୧୦ ଗୋଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏହି ଆତ୍ମରକ୍ଷା ତାଲିମର ଦାୟିତ୍ଵ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି।
କ୍ରୀଡା ଶିକ୍ଷୟିତ୍ରୀ ତଥା ଜିଲ୍ଲା ସଂଯୋଜିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏନ୍.ସି.ସି ଅଧ୍ୟାପିକା ଶ୍ରୀମତୀ ଅନିତା କୁମାରୀ ପାଢ଼ୀ ଅତିଥି ପରିଚୟ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶିକ୍ଷିକା ଇତିରାଣୀ ନାୟକ , ପରିଣୀତା ଶବର , ଲଳିତା ପଢିଆରୀ , ଦୀପ୍ତିମୟୀ ସାହୁ ଉତ୍କଳ କରାଟେ ସ୍କୁଲରୁ ନିଜ ନିଜର ସ୍ୱତନ୍ତ୍ର ଜ୍ଞାନ କୌଶଳ ଶିକ୍ଷା ସମ୍ପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ଶିକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିଲେ।
ପ୍ରାଧ୍ୟାପିକା ଡ଼ଃ ଶ୍ରୀମତୀ ମନଶ୍ୱିନୀ ଦାସ , ଇତିହାସ ଅଧ୍ୟାପକ ଡ଼ଃ ନୃସିଂହ ପ୍ରସାଦ ପାଣିଗ୍ରାହୀ , ଗୁରୁ ରଘୁନାଥ ପାତ୍ର , ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ଡି.ପ୍ରିୟଙ୍କା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.