ଭଞ୍ଜନଗର / ନିଲୁ ବିଶୋୟୀ : ଭଞ୍ଜନଗର ଏନଏସିର ନବ ନିର୍ବାଚିତ ନଗରପାଳ ଗୋପବନ୍ଧୁ ମହାପାତ୍ର ଏନଏସି ଅଫିସରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକୋଷ୍ଠରେ ପୂଜାପାଠ ପରେ ଶ୍ରୀ ମହାପାତ୍ର ଆନୁଷ୍ଠାନିକ ଭାବେ କାଯ୍ୟଭାର ଗ୍ରହଣ କରିଥିଲେ। ଭଞ୍ଜନଗର ଏନଏସିରେ ବିକାଶଧାରା କୁ ତ୍ୱରାନିତ କରିବା ପାଇଁ ସହରବାସୀ ଓ ପ୍ରଶାସନର ସହଯୋଗ କାମନା କରିଥିଲେ। ଏଥି ସହିତ ଭଞ୍ଜନଗର କୁ ଆଦର୍ଶ ଓ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ମୋର ଲକ୍ଷ୍ୟ ବୋଲି କହିଥିଲେ। ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏନଏସି ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ ,ସୁଧୀର ରଞ୍ଜନ ବେହେରା,ଶୂଳପାଣି ଶତପଥୀ, ସମସ୍ତ ୧୫ ଗୋଟି ୱାର୍ଡର ନବ ନିର୍ବାଚିତ କାଉନସିଲର ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.