ରଣପୁର (ପ୍ରସନ୍ନ ସାମନ୍ତରାୟ): ସୋମବାର ସକାଳ ୮ ଘଟିକା ସମୟରେ ମହାପ୍ରଭୁଙ୍କ ମଂଗଳ ଆଳତି, ଅବକାଶ , ସୂର୍ଯ୍ୟ ପୂଜା , ଦ୍ୱାରପାଳ ପୂଜା, ବଲ୍ଲଭ ନୀତି ସମାପନ ଓ ଆଜ୍ଞାମାଳ ବିଜେ ପରେ ପରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ,ରଣପୁର ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ର। ନିମନ୍ତେ ଆବଶ୍ୟକ ରଥକାଠ ଯୋଗାଇ ଦେବାପାଇଁ ମନ୍ଦିର ଠାରୁ ଏକ ଶୋଭା ଯାତ୍ରା ବନାଞ୍ଚଳ କାର୍ଯ୍ୟାଳୟକୁ ଯାଇଥିଲା । ଏହି ପାରମ୍ପରିକ କାର୍ଯ୍ୟକ୍ରମ ରେ ମନ୍ଦିର ଅମିନ , ତିନି ବାଡ଼ ର ପୂଜାପଣ୍ଡା , ଘଣ୍ଟୁଆ , କାହାଳିଆ, ମାଳି, ତିନି ରଥର ମୁଖ୍ୟ ମହାରଣା ଓ ଦେବୋତ୍ତର ଚାପରାସି ପ୍ରମୁଖ ରଣପୁର ବନାଞ୍ଚଳକାର୍ଯ୍ୟାଳୟ ରେ ଉପସ୍ଥିତ ରହି ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ବେହେରାଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ନିମନ୍ତ୍ରଣ କରିଥିଲେ । ପରେ ପରେ ଆଜ୍ଞା ମାଳ ପ୍ରଦାନ କରାଯାଇଥିଲା । ଏହି ପୁରୁଣା ରାଜରାଜୁଡା ପରମ୍ପରା କୁ ବନାଅଧିକାରୀ ସାଦରେ ଗ୍ରହଣ କରିବା ସହ ଠାକୁରଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନବିଭାଗର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post