ଜୁନାଗଡ଼(ଆଦିତ୍ୟ ମହାନ୍ତି ) ଜୁନାଗଡ଼ ସହରରେ ଯବାନଙ୍କୁ ବିପୁଳ ଅବସରକାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପଞ୍ଜାବ ପଟିୟାଲା ଠାରେ ରେଜିମେଣ୍ଟ ରୁ ଜୁନାଗଡ଼ ସହରର ରଶ୍ମିରଞ୍ଜନ ନାଏକ ନିଜ କାର୍ଯ୍ୟରୁ ଅବସର ନେଇ ନିଜ ଜନ୍ମମାଟି ଜୁନାଗଡ଼କୁ ଫେରିଛନ୍ତି। ସେ ସହରରେ ପହଂଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ବିଭିନ୍ନ ଲୋକବାଦ୍ୟ ର ତାଳେତାଳେ ସହର ପରିକ୍ରମା କରି ଲକ୍ଷ୍ମୀସାଗର ପଡ଼ା ନିଜ ବାସଭବନ ପର୍ଯନ୍ତ ଯାଇଥିଲେ। ରଶ୍ମିରଞ୍ଜନ ଭାରତୀୟ ସୁରକ୍ଷା ବଳରେ ୨୦୦୫ ମସିହାରେ ଯୋଗଦାନ କରିଥିଲେ। ସେ ଦେଶ ର ବିଭିନ୍ନ ସ୍ଥାନରେ ନିଜ ଦାୟିତ୍ୱ ତୁଲାଇଛନ୍ତି। ସେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ ନାଏକ ଓ ମାତା ଜାନକୀଙ୍କ ସୁପୁତ୍ର ଅଟନ୍ତି।ସେ ଜୁନାଗଡ଼ ବ୍ଲକ ଚକୁଳିର ମୂଳବାସିନ୍ଦା ଅଟନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post