ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ନିମିତ୍ତ ପ୍ରସ୍ତୁତି ବୈଠକ

0

ଭଞ୍ଜନଗର/ ନିଲୁ ବିଷୋୟୀ : ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ନିମିତ୍ତ ପ୍ରସ୍ତୁତି ବୈଠକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବି.ଇ.ଓ ଏସ୍ ଧନଞ୍ଜୟ ଅଧ୍ୟକ୍ଷତା କରିଥିବା ବେଳେ ଏ.ବି.ଇ.ଓ ସୂର୍ଯ୍ୟ ନାୟକ, ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ଏପ୍ରିଲ ୦୯ ତାରିଖରେ ଜବାହାର ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡା ପରିସରରେ ହେବାକୁ ଥିବା ଏହି ବ୍ଳକ ସ୍ତରୀୟ ବିଜ୍ଞାନ ମେଳାର ରୂପରେଖ ପ୍ରସ୍ତୁତ କରିଥିଲେ| ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକମାନେ ଉପସ୍ଥିତ ଥିଲେ | ସି.ଆର୍.ସି.ସି ଆଦିକନ୍ଦ ଗୌଡ,ତ୍ରିନାଥ ବେହେରା,ବୃନ୍ଦାବନ ସେଠୀ,ସୁନିଲ ପାଣି,ରାଘବ ନାୟକ,ସନ୍ତୋଷ କୁମାର ଗୌଡ,ସୁରେନ୍ଦ୍ର ପ୍ରଧାନ,ସନ୍ତୋଷ କୁମାର ସାହୁ ପ୍ରମୁଖ କର୍ଯ୍ୟକ୍ରମରେ ଉପସ୍ଥିତ ରହି ମତ ରଖିଥିଲେ| ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.