ଜଗତସିଂପୁର /ସୁମନ୍ତ କୁମାର ଦାସ:ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମି ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଵିଭାଗ ଆନୁକୁଲ୍ୟରେ ଜଗତସିଂପୁର ବ୍ଲକ୍ ଏବଂ ଜଗତସିଂପୁର ପୋୖରାଞ୍ଚଳ ନିମନ୍ତେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜଗତସିଂପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କାମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦ୍ ଘାଟନ କରିଥିଲେ। ଏହି ଶିବିରରେ ମୋଟ୍ ୫୬୭ ଟି ଦରଖାସ୍ତ ଗ୍ରହଣ କରଯାଇଥିଲା।ସେଥି ମଧ୍ୟରୁ ଅସ୍ଥିଶଲ୍ୟ ଵିଭାଗ ର ୨୫୨ ଟି ,ମାନସିକ ଅନଗ୍ରସର ୮୫ଟି ,ଦୃଷ୍ଟିବାଧିତ ୧୧୬ ଟି,ଶ୍ରବଣବାଧିତ ୬୫ ଟି ,ଥାଲାସେମିଆ (ଭେଷଦ)ଵିଭାଗ ର ୫ଟି ବ୍ୟକ୍ତିଙ୍କର ପରିକ୍ଷା ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ଵାରା କରଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ସାମର୍ଥ୍ୟ ଶିବିର ପରିଦର୍ଶନ କରିଥିଲେ। ଏହି ଶିବିର ରେ ଵି.ଡି.ଓ ଜଗତସିଂପୁର ଶ୍ରୀ ସାଗର କୁମାର ନନ୍ଦ ,ଏ.ଵି.ଡି.ଓ ଶ୍ରୀ ଅଜୟ କୁମାର ବେହେରା ,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା,ସରପଞ୍ଚ ,ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.କ୍ଷେତ୍ରଵାସୀ ଦାଶ ଙ୍କ ତତ୍ୱାବଧାନରେ ବିଶେଷଜ୍ଞମାନେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ଅକ୍ଷମତା ର ପରିମାଣ ଚିହ୍ନଟ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର କୁମାର କର୍ଣ୍ଣ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସାମାଜକ ସୁରକ୍ଷା ଓ ବ୍ଲକ୍ କର୍ମଚାରୀ ମାନେ ଶିବିର କୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.