ଜୁନାଗଡ(ଶାସକ ପ୍ରଶାସକ ): ବିଜ୍ଞାପିତ ଅଞ୍ଚଳ ପରିଷଦରେ ନବ ନିର୍ବାଚିତ ଅଧ୍ୟକ୍ଷ ଏବ୍ଂ କାଉନସିଲର ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି l ଏନ୍ଏସି ପକ୍ଷରୁ ସ୍ଥାନୀୟ ଉତ୍କଳ ଦିବସ ପାଳନରେ ସମସ୍ତ ବିଜେଡି ପାରିଷଦଙ୍କୁ କୋଣସି ସୂଚନା ନ ଦେଇ ଉପେକ୍ଷା କରାଯାଇଥିବା ରୁ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଏକଛତ୍ରବାଦ କୁ ତୀବ୍ର ବିରୋଧ କରିଛନ୍ତି l ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଜୁନାଗଡ ଆହାର କେନ୍ଦ୍ର ଠାରେ ଏନ୍ ଏ ସି ପକ୍ଷ୍ୟରୁ ଉତ୍କଳ ଦିବସ ପାଳନ ହୋଇଥିଲା l ସେଠାରେ ଏନ୍ଏସି ନୂତନ ନଗରପାଲ ସହ ତାଙ୍କ ଦୁଇ ଜଣ କାଉନସିଲର, ଅଫିସ କର୍ମଚାରି ଉପସ୍ଥିତ ରହିଥିଲେ l ହେଲେ ଏଠାରେ ନିର୍ବାଚିତ ବିଜେଡି କାଉନସିଲରଙ୍କୁ କୋଣସି ସୂଚନା ଦିଆ ନ ଯାଇ ଉପେକ୍ଷା କରାଯାଇଛି l ଏଣୁ ଏହା ଗଣତନ୍ତ୍ର ପ୍ରତି ବିଶ୍ବାସ ଘାତକକତା ଓ ନିର୍ବାଚିତ ହେଲା ପରେ ଦଳ ମତ ନିର୍ବିଶେଷରେ ଜନମତ କୁ ସମ୍ମାନ ଦେଇ ଜୁନାଗଡ କୁ ମିଳିତ ଭାବେ ବିକାଶ କରିବାର ପ୍ରତିବଦ୍ଧତା ରହି ଥିବା ବେଳେ ଏହାର ଓଲଟା ଆଭିମୁଖ୍ୟ ସହ ମନମୁଖୀ ଏବ୍ଂ ଏକ ଛତ୍ର ବାଦ କାର୍ଯ୍ୟ କଳାପ କୁ ତୀବ୍ର ବିରୋଧ କରାଯାଇଛି l ଏଣୁ ଏହି ନିର୍ବାଚିତ ପlରିଷଦ ଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଲେ ଏହାର କଡା ଜାବାବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଦଳ ର ବରିଷ୍ଟ କର୍ମକର୍ତ୍ତା ରଶ୍ମି ରଞ୍ଜନ ନାୟକ ପରିଚାଲନା କରିଥିବା ବେଳେ କାଉନସିଲର ହିମାଦ୍ରୀ ସିନ୍ଦୂର, ହିମାଦ୍ରୀ ନାୟକ, କୁନି ସବର, ପୁଷ୍ପାଞ୍ଜଳି ଦଣ୍ଡସେନା, ମୀନତି ମାଝୀ.,କାହ୍ନୁ ବଇଠାରୁ, ଭୂପେନ୍ଦ୍ର ଦଣ୍ଡସେନା, ଚକ୍ର ବାଗ, ସଚିନ ଆନ୍ଦାନୀ, ଗୋପାଳ ଚନ୍ଦନ ଏବ୍ଂ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ | ଅନ୍ୟ ପକ୍ଷରେ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ ଏହାକୁ ଖଣ୍ଡନ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post