ଉମରକୋଟ (ଜିତେନ୍ଦ୍ର ମହାନ୍ତି), ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସର ରେ ଥିବା ଆହାର କେନ୍ଦ୍ର ଠାରେ ଆଜି ଉତ୍କଳ ଦିବସ ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଆରମ୍ଭ କରିଥିବା ଆହାର କେନ୍ଦ୍ର ର ସପ୍ତମ ବାର୍ଷିକୀ ଅବସର ରେ ଉମରକୋଟ ପୌର ପରିଷଦ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା!ଉକ୍ତ କାର୍ଯ୍ୟକ୍ରମ ରେ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ମାଝୀ ଙ୍କ ସହ ପୌର ପରିଷଦ ର ଅଧ୍ୟକ୍ଷା ରାଧା ଭତରା ଏବଂ ସମସ୍ତ କାଓଂଶୀଲର, ପ୍ରଶାସନିକ କର୍ମଚାରୀ ଉପସ୍ଥିତ ରହି ଆହାର କେନ୍ଦ୍ର ରେ ପାଞ୍ଚ ଟଙ୍କିଆ ଆହାର ଖାଇଥିଲେ!ଏହି ଆହାର ରେ ଭାତ, ଡାଲମା, ଏବଂ ଆଚାର ଦିଆଯାଇଥିଲା!ତା ସହ ଜନସାଧାରଣ ମଧ୍ୟ ପାଞ୍ଚ ଟଙ୍କିଆ ଆହାର ର ଲାଭ ଉଠେଇଥିଲେ!ଉକ୍ତ ଆହାର କେନ୍ଦ୍ର ରେ ପ୍ରତିଦିନ 11ଟା ରୁ ଚାରି ଟା ପର୍ଯ୍ୟନ୍ତ ମୋଟ 350ଜଣଏବଂ ରାତ୍ରି ରେ 80ଜଣ ଙ୍କ ପାଇଁ ଖାଇବାର ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀ, ଆଗାମୀ ଦିନ ରେ ଜନସାଧାରଣ ଙ୍କ ଚାହିଦା କୁ ଦୃଷ୍ଟି ରେ ରଖି ସହର ମଧ୍ୟରେ ଥିବା ବସ ଷ୍ଟାଣ୍ଡ ପାଖରେ ଆଉ ଏକ ଆହାର କେନ୍ଦ୍ର ଖୋଲିବା ପାଇଁ ସରକାର ଙ୍କ ପାଖରେ ଅନୁରୋଧ କରିବେ!ଏହି ଆହାର କେନ୍ଦ୍ର ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ ଙ୍କ ସମ୍ପର୍କୀୟ ମାନଙ୍କୁ ବହୁତ ସୁବିଧା ଏବଂ କମ ମୂଲ୍ୟରେ ଆହାର ଉପଲବ୍ଧି ହେଉଛି!ଏହିଭଳି ସରକାରଙ୍କ ପଦକ୍ଷେପ କୁ ଉମରକୋଟ ସହରବାସୀ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି!ଆଗାମୀ ଦିନରେ ଆହାର କେନ୍ଦ୍ର ରେ କିଭଳି ଉମରକୋଟ ସହରବାସୀଙ୍କୁ ସୁବିଧା, ସାହାଯ୍ୟ ପ୍ରଦାନ କରାଯିବ ତାହା ଦେଖିବାକୁ ବାକି ରହିଲା!
Sign in
Sign in
Recover your password.
A password will be e-mailed to you.