ଡୁଙ୍ଗୁରିପାଲି ବ୍ଲକର ସରପଞ୍ଚ ସଙ୍ଘର ନୂତନ କର୍ମକର୍ତ୍ତା

0

ସୁଵର୍ଣପୁର (ପ୍ରକାଶ ହାତୀ )ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରପଞ୍ଚ ସଙ୍ଘର ନୂତନ କର୍ମକର୍ତ୍ତା ଶୁକ୍ରବାର ଆରଏମସି କୃଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ବ୍ଳକ ର ସମସ୍ତ ନବ ନିର୍ବାଚିତ ସରପଞ୍ଚ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଅତିଥି ଭାବରେ ସୁବର୍ଣ୍ଣ ପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁପାର ଠେଲା,ବିଜୁ ଜନତା ଦଳର ଉପସଭାପତି ରମେଶ ପୁଝରୀ, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ବେଳାର ସାହୁ,ସମାଜ ସେବି ରମେଶ ପୂଝରୀ ,ହିମାଂଶୁ ଶେଖର ବିଶ୍ୱାଳ,ଡୁଙ୍ଗୁରିପାଲି ଜିଲ୍ଲା ପରିଷଦ ମଞ୍ଜୁଶ୍ରୀ ମଝି,ରାମପୁର ଜିଲ୍ଲା ପରିଷଦ ଗଣେଶ ଭୋଇ ଉପସ୍ଥିତି ରେ ସର୍ବସ୍ୱତିକ୍ରମେ ରାମପୁର ପଞ୍ଚାୟତ ର ସରପଞ୍ଚ ମନୋଜ ପୁରୋହିତ ଙ୍କୁ ଡୁଙ୍ଗୁରିପାଲି ପାଳି ବ୍ଳକ ସରପଞ୍ଚ ସଙ୍ଘର ସଭାପତି ଭାବରେ ମୋନନୀତ କରାଯାଇଛି।ସମ୍ପାଦକ ଭାବରେ ବିଭୂଦତ୍ତ ରାଜହାଂସ,ଉପସଭାପତି ଭାବରେ ଇଚ୍ଛାପୁର ସରପଞ୍ଚ ପ୍ରସାନ୍ତ ସାହୁ ,କୋଷାଧ୍ୟକ୍ଷ ଭାବେ ଦିଗସିରା ସରପଞ୍ଚ କୋଶଲ୍ୟା ମେହେରଙ୍କୁ ମୋନନୀତ ହୋଇଛନ୍ତି। ପରାମର୍ଶ ଦାତା ଭାବରେ ସହଲା ସରପଞ୍ଚ ପଟାରୀ ପଧାନ ,ଲିଙ୍ଗମର୍ଣ୍ଣି ସରପଞ୍ଚ ଅସର୍ପି ପଧାନ,ଭୀମଟିକିରା ସରପଞ୍ଚ ଯେମଦେଇ ସାହୁଏବଂ ଦିଲୀପ ଶତପଥୀ,ମିନତି ସା, ସୁଜାତା ସେଠୀ,ନରେଶ ପୁଝାରି,ରାଜକୁମାର ସାହୁ,ମିତା ତ୍ରିପାଠୀ,ଗୋବିନ୍ଦ ସେଠୀ,ପ୍ରମାଦିନି ୟୁଅଡି,ସୁନିତା ପତି,ତେଲମଣି ସାହୁଙ୍କୁ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଶେଷରେ ବିଭୂଦତ୍ତ ରାଜହଂସ୍ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.