ପଦ୍ମପୁର-ଏପ୍ରିଲ ଏକ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସାତ ବର୍ଷ ପୂର୍ବରୁ ଏପ୍ରିଲ ଏକ ତାରିଖ ଦିନ ଓଡ଼ିଶା ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଆହାର ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଲୋକମାନେ ପାଞ୍ଚ ଟଙ୍କା ମୂଲ୍ୟରେ ସୁସ୍ବାଦୁ ଭୋଜନ ପେଟପୁରା ଖାଇ ପାରିବେ । ଏହି ଯୋଜନା ଦ୍ବାରା ଅସହାୟ ଗରିବ ତଥା ବାସହୀନ ଲୋକମାନେ ବେଶ ଲାଭବାନ ହୋଇପାରିଛନ୍ତି । ଆହାର ଯୋଜନାର ସାତବର୍ଷ ପୂର୍ତ୍ତି ଅବସରରେ ପଦ୍ମପୁର ସହରର ଆହାର କେନ୍ଦ୍ରରେ ପଦ୍ମପୁର ଏନଏସି ପକ୍ଷରୁ ସାତବର୍ଷ ପୂର୍ତ୍ତି ପାଳନ କରାଯାଇଛି । ପଦ୍ମପୁର ଏନଏସି ଅଧ୍ୟକ୍ଷା ସାବିତ୍ରୀ ବାଗ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ସାହୁ, ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପୋଳା ମେହେର,ସୋମ୍ୟ ବଳ୍ଳଭ ମହାପାତ୍ର, ଭୋଜରାଜ ସିଂ ବରିହା, ସମସ୍ତ ଓ୍ବାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.