ଜୟ ମା’ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ଆୟୋଜିତ

0

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜୟ ମା’ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୁଶିଳ କୁମାର ଗୁରୁ ସଭାପତିତ୍ୱ କରିଥିବାବେଳେ ଭିକାରୀ ଚରଣ ମିଶ୍ର ମୁଖ୍ୟ ଅତିଥି, ଲାଠୋର ଏଚଏସଏସ ଅଧ୍ୟକ୍ଷ ଡ. ନାରାୟଣ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସେହିଭଳି ପାଟଣାଗଡ଼ ଜବାହରଲାଲ କଲେଜର ଓଡିଆ ପ୍ରଧ୍ୟାପକ ଡ.ନକୁଳ ମେହେର, ମୁରିବାହାଲର ଓଡ଼ିଆ ପ୍ରଧ୍ୟାପକ ଦିଲ୍ଲୀପ କୁମାର ଏବଂ ଶିକ୍ଷକ ମୁରଲୀଧର ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଉପସ୍ଥିତି ଥିଲେ । କଲେଜ ପରିଚାଳକ କ୍ଷୀରୋଦ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜ୍ୟୋତି ପ୍ରକାଶ ମଞ୍ଚ ପରିଚାଳନା କରିଥିବାବେଳେ ଧରମସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଯୁକ୍ତ ତିନି ବିଶ୍ୱନାଥ ଦଳପତି, ଯୁକ୍ତ ଦୁଇ ଅଧ୍ୟକ୍ଷା ସସ୍ମିତା ସେନ୍ ବାରିକ, ବିଶିଷ୍ଟ କବି ତଥା ଶିକ୍ଷାବିତ ଆଶିଷ ଚନ୍ଦନ, କବି ଦିଲ୍ଲୀପ କୁମାର ମିଶ୍ର, କବି ଲାଲଚନ ବଗର୍ତ୍ତୀ, କବି ସନ୍ତୋଷ ଦାଶ, କବି ଭକ୍ତବନ୍ଧୁ ବିଶ୍ୱାଳ, ବରିଷ୍ଟ ଶିକ୍ଷାବିତ ଡ଼ ନାରାୟଣ ମିଶ୍ର, ଅଧ୍ୟାପକ ଡିଲେଶ୍ୱର ସାହୁ, ଅଧ୍ୟାପିକା ସୁଷମା ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଭିକାରୀ ଚରଣ ମିଶ୍ରଙ୍କୁ ୨୦୨୨ ବାସନ୍ତିକ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ କବିତା ପାଠ ହୋଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.