ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ କେମ୍ପୋରୀ ଉଦଘାଟିତ

0

ରଣପୁର /ପ୍ରସନ୍ନ କୁମାର ସାମନ୍ତରାୟ : ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ ଭୁବନେଶ୍ୱର ଏବଂ ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ, ନୟାଗଡ ଦ୍ୱାରା ରଣପୁର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ କେମ୍ପୋରୀ ଉଦଘାଟିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୂଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ କୁମାର ବିଶି, ଜିଲ୍ଲା ମୁଖ୍ୟ କମିଶନର ତଥା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ଜିଲ୍ଲା ସ୍କାଉଟ କମିଶନର ଆରତ ବନ୍ଧୁ ସାହୁ, କ୍ୟାମ୍ପ କମାଣ୍ଡର ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସ୍କାଉଟ ସହ-ସମ୍ପାଦକ ଅନିଲ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ | ଉଦଘାଟନୀ ସଭା ପରେ କୁଇଜ ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏହି କେମ୍ପୋରୀ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ରହିଛି |

 

Leave A Reply

Your email address will not be published.