ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁରର ନବ ନିର୍ବାଚିତା କଂଗ୍ରେସ ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି | ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗାନ୍ଧିଛକ ନିକଟରୁ ଏକ ବିଶାଳ ପଦଯାତ୍ରାରେ ବାହାରିଥିଲେ ଶ୍ରୀମତୀ ସିଂହ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବି ବିଶ୍ବାଳଙ୍କ ସଫଳ ଗୋଟି ଚାଳନା ଏବଂ କର୍ମୀ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଏ ସବୁ ସମ୍ଭବ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତି ସିଂହ କହି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ| ମୁଖ୍ୟତଃ ଏକ ଦୁର୍ନୀତି ମୁକ୍ତ ପୌରପରିଷଦ ଗଢ଼ିବା ଆହ୍ଵାନରେ ଏ ସବୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି |
ପ୍ରାୟ ସମସ୍ତ 21ଟି ୱାର୍ଡର ଛାମୁଆ କର୍ମୀ ଏବଂ ନବନିର୍ବାଚିତ ପାରିଷଦ ମାନେ ସହର ପରିକ୍ରମା କରି ପୌରପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ | ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର୍ଣଙ୍କ ଦ୍ଵାରା ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଆଜିର ଏ ବିଜୟ ଜଗତସିଂହପୁର ସହରବାସୀଙ୍କ ବିଜୟ ବୋଲି କହିଥିଲେ l ଶ୍ରୀମତୀ ସିଂହ,ଶେଷରେ ଏକ ଦୁର୍ନୀତିମୁକ୍ତ ଏବଂ ସ୍ଵଚ୍ଛ ସୁନ୍ଦର ପୌରପରିଷଦ ଗଠନ ଦିଗରେ ଧ୍ୟାନ ଦେବେ ବୋଲି କହିଥିଲେ | ଏଥିରେ ନବନିର୍ବାଚିତ ପରିଷଦ ନମିତା ସାହୁ, ମିଲି ସେଠୀ, କ୍ରିନ୍ସପ୍ରୀୟା ପରିଜା, ଜଗଦାନନ୍ଦ ପଢ଼ିଆରୀ, ଶାଗରିକା ଦାଶ,ଓମ୍ ଶ୍ରୀ ସତ୍ୟପ୍ରକାଶ ଓ ପୂର୍ବତନ ପୌରାଧକ୍ଷ ବିପ୍ଲବ ଚୌଧୁରୀ, ନଗର କଂଗ୍ରେସ୍ ସଭାପତି ଅଭୟ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ପୂର୍ବତନ ପାରିଷଦ ଦିଲ୍ଲୀପ ସିଂହ, ସୁବାଷ ସାହୁ, ନିର ସେଠୀ, ପ୍ରଦୀପ୍ତ ସାହୁ, ସଞ୍ଜୀବ ସ୍ବାଇଁ, ରଶ୍ମି ରଞ୍ଜନ ମାଣିଆ, ପ୍ରତିମା ମଞ୍ଜରୀ ସିଂହ, ଅନିଲ ଦାସ, ରାକେଶ ରାଉତ, ଆଶିଷ ଗୋଚ୍ଛାୟତ, ଆମ୍ବୁଜ ପାତ୍ର, ବିଶ୍ୱଜିତ ମାଣିଆ, କୃଷ୍ଣ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.