‘‘ଆଜାଦିକା ଅମୃତ ମହୋତ୍ସବ’’ ପାଳନ ପାଇଁ ପ୍ରତିଯୋଗିତା

0

 ଜଗତସିଂହପୁର,/ସୁମନ୍ତ କୁମାର ଦାସ:ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ , ମାର୍କଣ୍ଡପୁର ସ୍ମାର୍ଟ ଶ୍ରେଣୀ ପ୍ରକୋଷ୍ଠରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣଳାୟ ଅଧିନସ୍ଥ ଆତ୍ମଳୀ ଜନସମ୍ପର୍କ କାର୍ଯ୍ୟଳୟ ତରଫରୁ ‘‘ଆଜାଦିକା ଅମୃତ ମହୋତ୍ସବ’’ ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ସରକାରୀ ୭୫ ଦିନିଆ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶଭକ୍ତିର ଉଦ୍ରେକ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ବୃଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ନେଇ “ରଙ୍ଗୋଲି” ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଯାହାର ଶୀର୍ଷକ ଥିଲା “ ମୁଁ ଭାରତୀୟ ବୋଲି ଗର୍ବିତ” l
ସାଇଜ୍ଞାନ ପ୍ଲେ ସ୍କୁଲ, ଜୟବଡ ପରିସରରେ କୁନି କୁନି ପିଲାମାନଙ୍କୁ “କୈତୁକ ପୋଷାକ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରଙ୍ଗରଙ୍ଗିଆ ପୋଷାକ ପିନ୍ଧି ଭଗତ୍ ସିଂ, ନେତାଜୀ, ଲାଲ୍-ବାଲ୍-ପାଲ୍, ସର୍ଦାର ପଟେଲ, ପଣ୍ଡିତ ନେହେରୁ ଓ ମହାତ୍ମା ଗାନ୍ଧୀ ବେଶ ହୋଇ ପିଲାମାନେ ଦେଶଭକ୍ତିର ଗୀତ ପରିବେଷଣ କରିଥିଲେ l
ସୂଚନା ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆଦି ପୁରସ୍କାର ବିତରଣ ସଭା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ସୁଭାଷଚନ୍ଦ୍ର ରାଉତଙ୍କ ଅଧୀନତାରେ ଅନୁଷ୍ଠିତ ହୋଇଥିଲା l ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କହିଲେ ଦେଶ ମାଆର ସେବାରେ ଆମ କୁନି ପିଲାଏ ଏହି ଛୋଟ ବୟସରୁ ପ୍ରୟାସ କରିବା ଏକ ଶୁଭ ସୂଚନା l ଆମ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ସବୁ ଦେଶବାସୀ ଯତ୍ନ କରିବା ଆବଶ୍ୟକ l ମୁଖ୍ୟବକ୍ତା ବକ୍ତା ଭାବେ ଅଧ୍ୟାପକ ଆଇଜାକ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସାଇକାନ ପ୍ଲେ ସ୍କୁଲର ପ୍ରିନିସିପାଲ ଶ୍ରୀମତୀ ପ୍ରଜ୍ଞା ପାରମିତା ଚୌଧୁରୀ ଯୋଗଦେଇ କହିଲେ ପିଲାମାନଙ୍କ ଭିତରେ ଅଜସ୍ର ସମ୍ଭାବନା ଲୁଚିରହିଛି l ଆମ ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରତିଭା ଚୟନ କରି ଲୋକଲୋଚନକୁ ଆମେ ସମ୍ପର୍କିତ କରିବା ଦ୍ୱାରା ଆମ ପିଲାଏ ଆହୁରି ଭଲ କରିବାକୁ ପ୍ରେରଣା ପାଉଛନ୍ତି l ଯାହା ଆମ ଜାତୀୟ ଜୀବନକୁ ସମୃଦ୍ଧ କରୁଛି l ସଭାରେ ଧନ୍ୟବାଦ ଦେଇଥିଲେ ଶିକ୍ଷୟତ୍ରୀ ଯୋଗମାୟା ଦାଶ l
ରଙ୍ଗୋଲି ପ୍ରତିଯୋଗିତାରେ ଜ୍ୟୋତିଶ୍ରୀ ବେହେରା ପ୍ରଥମ, ମନୀଷା ମଲ୍ଲିକ ଦ୍ଵିତୀୟ ଓ ଶୁଭମ କୁମାର ବେହେରା ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ଓ ଟ୍ରଫି ପାଇଥିବାବେଳେ କୌତୁକ ପୋଷାକରେ ଆୟଂଶ ନାୟକ ପ୍ରଥମ, ସେକ ଆଫମ ସହିଦ ହୁସେନ ଦ୍ଵିତୀୟ, ଦେବାଂଲି ଦାସ ଓ ଅର୍ବିପସା ଯୁଗ୍ମ ତୃତୀୟ ପୁରସ୍କାର ପାଇଥିବା ବେଳେ ସାନ୍ତ୍ୱନା ସୂଚକ ପୁରସ୍କାର ଲାଭ କରିଥିଲେ ଜଗନ୍ନାଥ ସାହୁ l
କାର୍ଯ୍ୟକ୍ରମ ପରିଚାଳନାରେ ସାଇକାନ ପ୍ଲେ ସ୍କୁଲର ମିସ ସୋନମ ପ୍ରିୟାଂଶୁ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସତ୍ୟଜିତ ଶତପଥି, ଶ୍ରୀମତୀ ନିହାରିକା ମହାନ୍ତି, ଚିନ୍ମୟୀ ଆଚାର୍ଯ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସହାୟତା କରିଥିଲେ l

Leave A Reply

Your email address will not be published.