ଉତ୍କଳ ଦିବସ ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ଵିରୋଧ କରିବ କୋଶଲ ସେନା

0

ସୁବର୍ଣ୍ଣପୁର/ ପ୍ରକାଶ ହାତୀ: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକର ଆରଏମସି ଠାରେ କୋଶଲ ସେନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ଏକ ତାରିଖ ଦିନ ଉତ୍କଳ ଦିବସ ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ଵିରୋଧ କରିବାପାଇଁ ପଶ୍ଚିମ ଓଡିଶା ର୧୧ଟି ଜିଲ୍ଲାର କୋଶଲ ସେନା ବିରୋଧ କରି କଲା ଦିବସ ପାଳନ କରାଯିବ ବୋଲି କୋଶଲ ସେନା ପକ୍ଷରୁ ବୈଠକରେ ପ୍ରସ୍ତାବ ନେଛନ୍ତି।ଏବଂ ପଶ୍ଚିମ ଓଡ଼ିଶାର ଜନ ସାଧାରଣ ଙ୍କୁ ଉତ୍କଳ ଦିବସକୁ ବର୍ଜନ କରିବାପାଇଁ ଆହ୍ୱାନ କରିଛନ୍ତି।ଉକ୍ତ ବୈଠକରେ କୋଶଲ ସେନାର କୋୖସ୍ତବ ସାହୁ,ସରୋଜ ପଧାନ,ଯଦୁମଣି କୁଦେଇ,ଅଜିତ ମେହେର, ସୁରେନ୍ଦ୍ର ମିଶ୍ର,ଅନୁଭବ ସାହୁ,ଦୀପକ ମିଶ୍ର,ରୁଦ୍ର ନାଗ, ଭୀଷ୍ମଦେବ ସାହୁ,ଅକ୍ଷୟ କୁମାର ସାହୁ,ଡୋଲମଣି ସାହୁ,ଅଜିତ ସେନାପତି, ଦୀପକ ପଧାନ,ମୁରଲୀ ପଧାନଙ୍କ ସହ ବହୁ କୋଶଳ ସେନାର ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.