ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ

0

ସୁବର୍ଣ୍ଣପୁର /ପ୍ରକାଶ ହାତୀ: ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ନୂତନ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣ ପୁର ଜିଲ୍ଲାପାଳ ଶ୍ରୀମତ ଅବୋଲି ସୁନିଲ ନରୱାଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଡୋଲାମଣି ପଟେଲ,ଡି ଏସ ଡବ୍ଲ୍ୟୁ ଓ ଶ୍ରୀମତୀ ଗୌରୀମଣି ହାଁସଦା,ଶ୍ରୀ ବିଭୁ ପ୍ରସାଦ ନନ୍ଦ ,ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲ୍ୟୁ ଏସ ଏସ, ଶ୍ରୀ ପ୍ରଦୀପ କୁମାର ଗୁରୁ, ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଡି ପି ଏଚ ଓ ,ମଞ୍ଜୁରାଣୀ ସିଂହ,ଡି ପି ଏଚ ଓ (ଏଫ ଡବ୍ଲ୍ୟୁ) ଡାକ୍ତର ପଦ୍ମ ହଂସ ଦୋରା, ଡିପିଏଚଓ (ଟି ବି), ଶ୍ରୀ ବିଶ୍ୱମ୍ବର ବେହେରା ଡି ପି ଏମ(ଏନ ଏଚ ଏମ) ଶ୍ରୀ ତରଣୀସେନ ପଧାନ ଏ ଏମ, ଆଶା ଯୋଗ ଦେଇ ଜିଲ୍ଲା ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ ଓ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଶ୍ରୀ ଅଭିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ତରଣୀସେନ ପଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସର ରେ ବିଭିନ୍ନ ବିଭାଗ ପୁରସ୍କାର ପ୍ରଦାନ କରାଯାଇଥିଲା । ବେଷ୍ଟ ଆଶା ରେ ପ୍ରଥମ ରେ ଶୈଳସୂତା କୁଅଁର, ଦ୍ବିତୀୟ ଭୂମିସୁତା ତାରିଆ, ତୃତୀୟ ରେ ମଧୁମିତା ଛନ୍ଦ ପୁରସ୍କୃତ ହେଉଥିଲେ । ସେହିପରି ସୁସ୍ଥ ଗାଁ ଭାବରେ ଖଇରମାଲ,ବଳପଦର ପଥରଖଣ୍ଡି,ମାଝୀମୁଣ୍ଡା, ହପ୍ରିୟାବେର୍ଣ୍ଣ ଓ ସିଂଦିରିଆବାହାଳ ପୁରସ୍କୃତ ହୋଇଥିଲେ। ସୁସ୍ଥ ପଞ୍ଚାୟତ ଭାବରେ ଲାଛିପୁର, ବାଙ୍କୀପାଲି କୋଟସମଲେଇ ପଂଚାୟତ ପୁରସ୍କୃତ ହୋଇଥିବା ବେଳେ ପରିବାର କଲ୍ୟାଣ ପାଇଁ ଡୁଙ୍ଗୁରିପାଲି ବ୍ଲକ ର ଆଶା କର୍ମୀ ଯଶୋବନ୍ତି ହରିପାଳ, ଉଲୁଣ୍ଡା ବ୍ଲକ ର ଆଶା କର୍ମୀ ବିଜୟନ୍ତି ଦଳାଇ ଓ ନାଇକେନପାଲି(ସୋନେପୁର)ରୁ ସରୋଜ କୁମାର ଗାନ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଭାବେ ପୁରସ୍କୃତ ହୋଇଥିଲେ। ସୋନେପୁର ସ୍ଥିତ ନର୍ସିଂ ସ୍କୁଲ ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ।ସମୀର କୁମାର ସାହୁ ସଙ୍ଗୀତ ପରିବେଷଣ କରିଥିବା ବେଳେ ଉଲୁଣ୍ଡା, ତରଭା ଓ ବିନିକା ସି ଏଚ ସି ର ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନେ ନାଟକ ପରିବେଷଣ କରିଥିଲେ। ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ରେ ବିଜେତା ଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.