ଭୁବନେଶ୍ୱର/କଳିଙ୍ଗନଗର: ମଙ୍ଗଳବାର ଦିନ କଳିଙ୍ଗନର କାରଖାନା ପରିସରରେ ଥିବା ଅକୁପେସନାଲ୍ ହେଲ୍ଥ ସେଂଟରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଟାଉନ୍ ଓ ସରକାରୀ ବ୍ଲଡ୍ ବ୍ୟାଙ୍କ, ଯାଜପୁର ରୋଡ୍ ସହଯୋଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଆଇରନ୍ ମେକିଂ ଆଣ୍ଡ୍ ଲଜିଷ୍ଟିକ୍ସର ଏମ୍ପ୍ଲଇ ରିଲେସନ୍ସ ଫୋରମ୍ (କର୍ମଚାରୀ ସମ୍ପର୍କ ମଂଚ) ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ସତ୍ୱେ ଦିନତମାମ କର୍ମଚାରୀମାନେ ରକ୍ତଦାନ କରିବା ଲାଗି ଧାଡ଼ିରେ ଠିଆ ହୋଇରହିଥିଲେ। କାର୍ଯ୍ୟକ୍ରମରେ ମୋଟ ୧୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ଶ୍ରୀଯୁକ୍ତ ସି ଏଲ୍ କର୍ଣ୍ଣ, ଚି୍ଫ, ଲଜିଷ୍ଟିକ୍ସ ଅପରେସନ୍ସ, ଟିଏସ୍କେ ତଥା ଆଇରନ୍ ମେକିଂ ଆଣ୍ଡ୍ ଲଜିଷ୍ଟିକ୍ସ ଏମ୍ପ୍ଲଇ ରିଲେସନ୍ସ ଫୋରମ୍ର ଅଧ୍ୟକ୍ଷ ଏହି ରକ୍ତଦାନ ଅଭିଯାନର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଓ ଆଇରନ୍ ମେକିଂ ଆଣ୍ଡ୍ ଲଜିଷ୍ଟିକ୍ସ ଏମ୍ପ୍ଲଇ ରିଲେସନ୍ସ ଫୋରମ୍, ଟିଏସ୍କେର ସଦସ୍ୟମାନେ ଉପସ୍ଥିତ ଥିଲେ।
ରକ୍ତଦାନ ଶିବିର ସମ୍ପର୍କରେ ଶ୍ରୀଯୁକ୍ତ ସି ଏଲ୍ କର୍ଣ୍ଣ କହିଛନ୍ତି ଯେ, “ଏଭଳି ଶିବିର ଆୟୋଜନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ବ୍ଲଡ୍ ବ୍ୟାଙ୍କରେ ରକ୍ତ ଦରକାର କରୁଥିବା ଲୋକମାନଙ୍କ ପାଇଁ ସହାୟକ ହେବ। ଏହା ଏକ ଜୀବନ ରକ୍ଷାକାରୀ ପଦକ୍ଷେପ ଓ ସମାଜପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବା ଏବଂ ଦରକାର କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଦିଗରେ ଏକ ପ୍ରୟାସ ।’’
Sign in
Sign in
Recover your password.
A password will be e-mailed to you.