ରାଉରକେଲା,(ବସନ୍ତ କୁମାର ଜେନା); ହୋଲଡିଂ ଟିକସ ଦେଉ ନଥିବା ଗୃହକର୍ତ୍ତାମାନଙ୍କ (କରଦାତା) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ରାଉରକେଲା ମହାନଗର ନିଗମ। ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ନିକଟରେ ରାଉରକେଲା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ହୋଲଡିଂ ଟିକସ ପଇଠ କରୁ ନଥିବା ଗୃହକର୍ତ୍ତାଙ୍କ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା। କେତେକ ଗୃହକର୍ତ୍ତା ଦୀର୍ଘଦିନ ଧରି ଟିକସ ଦେଉ ନଥିବା ଜଣାପଡ଼ିବାରୁ ଖିଲାପକାରୀଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ଟିକସ ପଇଠ କରିବାର ଶେଷ ସମୟ ଧାର୍ଯ୍ୟ କରାଯାଇଛି।
ଯେଉଁ ଗୃହକର୍ତ୍ତାମାନେ ମାର୍ଚ୍ଚ ୩୧ ସୁଦ୍ଧା ଟିକସ ପଇଠ ନକରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଯେଉଁ ଟିକସ ଦାତା ମାନେ ଧାର୍ଯ୍ୟ ସମୟ ସୀମା ଭିତରେ ପଇଠ ନ କରିବେ ସେମାନଙ୍କର ନାମ ତାଲିକା ସମ୍ପୄକ୍ତ ୱ।ର୍ଡ଼ର ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post