ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଂପର୍କିତ ପ୍ରଦର୍ଶନୀ

0

ପଦ୍ମପୁର(ଶାସକ ପ୍ରଶାସକ)-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଂପର୍କିତ ପ୍ରଦର୍ଶନୀକୁ ବିଡିଓ ସଂକର୍ଷଣ ବେହେରା ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀରେ ୧୨୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବରିଷ୍ଠ ବିଜ୍ଞାନ ଶିକ୍ଷକ ଟିକେଶ୍ବର ପ୍ରସାଦ ପଟେଲ, ମୋହନ ରଣା, ଅନୀଲ ବେହେରା, ଚିତ୍ତରଞ୍ଜନ ସାହୁ ବିଚାରକ ମଣ୍ଡଳୀରେ ଥିଲେ। ବିଇଓ କାଳୀଚରଣ ଦୁବେଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଅବସରପ୍ରାପ୍ତ ପ୍ରଫେସର ପଦ୍ମନାଭ ଯୋଷୀ ମୁଖ୍ୟବକ୍ତା, ଭଣ୍ଡାରପୁରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଟିକେଶ୍ବର ପ୍ରସାଦ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷକ ରାଜେଶ ଖମାରୀ ଅତିଥି ପରିଚୟ ପ୍ରଦାନ, ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥୀ ସଂପାଦକୀୟ ବିବରଣୀ ପଠନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏବିଇଓ ଅଧିକାରୀ ବିପିନ ବିହାରୀ ମିଶ୍ର ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.