ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ , ଶ୍ରୀ ମାନସ କୁମାର ପଣ୍ଡା , ବରିଷ୍ଠ ଦେୱାନୀ ଅଧିକାରୀ , ଶ୍ରୀ ଦିପଙ୍କର ପଟ୍ଟନାୟକ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି, ଶ୍ରୀ ରବି ନାରାୟଣ ବେହେରା , ରେଜିଷ୍ଟ୍ରାର, ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରାଣା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇ ସ୍ଥାୟୀ ଲୋକ ଅଦାଲତ ସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସଚେତନତା କରାଇଥିଲେ ଏବଂ ଏହି ସ୍ଥାୟୀ ଅଦାଲତର ଆଶ୍ରୟ ନେବା ଦ୍ବାରା ଶୀଘ୍ର ମାମଲାର ସମାଧାନ ହୋଇପାରିବ ବୋଲି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପରିଶେଷରେ ବ୍ୟାଙ୍କ ସେବା, ବୀମା ସେବା, ପାନୀୟ ଜଳ ଇତ୍ୟାଦି ଜନକଲ୍ୟାଣ ସେବା ସଂସ୍ଥା ଦ୍ବାରା ସମସ୍ୟା ଉପୁଜିଲେ ଏହି ସ୍ଥାୟୀ ଅଦାଲତର ଆଶ୍ରୟ ନେବା ଦ୍ବାରା ଶୀଘ୍ର ମାମଲାର ସମାଧାନ ହୋଇଯିବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୃନ୍ଦ ଓ ପାରା ଲିଗାଲ ସେଚ୍ଛାସେବା ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.