ଭୁବନେଶ୍ୱର: ନବରଙ୍ଗପୁର ଡିଭିଜନରେ ନିଯୁକ୍ତ ଟିପିଏସ୍ଓଡିଏଲ ଏନ୍ଫୋର୍ସମେଣ୍ଟ ଟିମ୍ ଲିଡର୍ ଶ୍ରୀଯୁକ୍ତ ସବ୍ୟସାଚୀ ପାତ୍ରଙ୍କ ପକ୍ଷରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ଶ୍ରୀଯୁକ୍ତ ତୁଫାନ ହିରନଙ୍କ ବିରୋଧରେ (ଆକଳନ ଭିତିକ ରାଶି ୯୫,୪୧୨ ଟଙ୍କା) ଭାରତୀୟ ବିଦ୍ୟୁତ ନିୟମ, ୨୦୦୩ର ଧାରା ୧୩୫ ଅଧୀନରେ ଏକ ବିଦ୍ୟୁତ ମାମଲା ରୁଜୁ କରାଯାଇଥିବା ବେଳେ ୨୧.୦୨.୨୦୨୨ରେ ତାଙ୍କୁ ଏହି ମାମଲାରେ ପକ୍ଷଯୁକ୍ତ କରାଯାଇଛି। ଟିପିଏସ୍ଓଡିଏଲ ନେଟୱର୍କରୁ ସେ ସିଧାସଳଖ ବିଦ୍ୟୁତ ବ୍ୟବହାର କରୁଥିଲେ। ତାଙ୍କ ଘରେ କୌଣସି ମିଟର ସ୍ଥାପନ ହୋଇଥିବା ଦେଖିବାକୁ ମିଳିନଥିଲା। ଏବେ ଗ୍ରାହକ ଜଣକ ନବରଙ୍ଗପୁର ଟାଉନ୍ ଥାନାରେ ପୋଲିସ ହାଜତରେ ରହିଛନ୍ତି।
“ଜରିମାନା ରାଶି ନଦେବା ପର୍ଯ୍ୟନ୍ତ ତାଙ୍କୁ ନ ଛାଡ଼ିବାକୁ ଆମେ ପୋଲିସ ସହ ଯୋଗାଯୋଗ କରିଛୁ। ତାଙ୍କ ସଂଯୋଗକୁ କାଟି ଦିଆଯାଇଥିଲା କିନ୍ତୁ ସେ ତାହାକୁ ପୁଣି ଯୋଡ଼ି ଦେଇଥିଲେ। ଏଥର ଆମେ ଯୋଗାଣକୁ ବିଚ୍ଛିନ୍ନ କରିବା ସହ ଏଫ୍ଆଇଆର୍ ରୁଜୁ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛୁ। ” ବୋଲି ଟିପିଏସଓଡ଼ିଏଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.