ଭୁବନେଶ୍ୱର : ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ିର ଐତିହାସିକ ସଫଳତା ପାଇଁ ରାଜ୍ୟର ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ଅନେକ ସେବା ସଙ୍ଗଠନର ସଦସ୍ୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।
ଅଫିସରମାନଙ୍କ ଏହି ସଦିଚ୍ଛା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ବିକାଶ ତଥା ପ୍ରଗତି ପାଇଁ ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ବରିଷ୍ଠ ଅଫିସରମାନଙ୍କ ମଧ୍ୟରେ ଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ମହାନିର୍ଦ୍ଦେଶକ ଲଳିତ ଦାସ, ଅତିରିକ୍ତ ମହାନିର୍ଦ୍ଦେଶକ ଆରକେ ଶର୍ମା ଏବଂ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସଂଘଗୁଡିକ ମଧ୍ୟରେ ଓଏଏସ୍ ଅଫିସର ସଂଘ, ଓଏଫଏସ୍ ସଂଘ, ଓପିଏସ୍ ସଂଘ, ଓଏସଏସ୍, ଓଆରଏସ୍, କନେଷ୍ଟବଳ ଏବଂ ହାବିଲଦାର ସଂଘ, ବିଭାଗୀୟ ମୁଖ୍ୟ, ମେଡ଼ିକାଲ୍ ସର୍ଭିସ୍ ସଂଘ, ଅମଲା ସଂଘ, ଭେଟେନାରି ସଂଘ, ପଞ୍ଚାୟତ ଏକଜ୍ୟୁଟିଭ୍ ଅଫିସର୍ସ ସଂଘ, ଗ୍ରାମ ରୋଜଗାର ସେବକ ସଂଘ, ଡ୍ରାଇଭର ସଂଘ ଏବଂ ଠିକା କର୍ମଚାରୀ ସଂଘ ସାମିଲ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ସେଠାରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.