ଭୁବନେଶ୍ୱର: ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲr ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶଙ୍କୁ ନଏଡା ଠାରେ ଅନୁଷ୍ଠିତ ୫୯ ତମ ଜାତୀୟ ଶିଶୁ ରୋଗ କର୍ମଶାଳାରେ ସମ୍ମାନଜନକ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସର ସର୍ବୋଚ୍ଚ ଫେଲୋସିପ୍ ସମ୍ମାନରେ ସମ୍ମାନିତ କରାଯାଇଛି।
ଶିଶୁଙ୍କ ଯତ୍ନ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଡାକ୍ତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଡାକ୍ତର ଦାଶ ଆଇଏପିର ପାଷ୍ଟ ପ୍ରେସିଡେଂଟ, ପ୍ରଫେସର ପୀୟୁଷ ଗୁପ୍ତା ଏବଂ ପ୍ରେସିଡେଂଟ ଡାକ୍ତର ରମେଶ କୁମାର ଓ ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଉପେନ୍ଦ୍ର କିଞ୍ଜାୱାଦେକରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଏହି ଅବସରରେ ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ଡାକ୍ତର ଦାଶଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି |
Sign in
Sign in
Recover your password.
A password will be e-mailed to you.