ଭୁବନେଶ୍ୱର: ଭାରତରେ ଯକ୍ଷ୍ମା ରୋଗୀମାନଙ୍କର ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ଓ ରୋଗର ନିରାକରଣ କରିବା ଏକ ଆହ୍ୱାନ ହୋଇଥିବା ବେଳେ କୋଭିଡ ମହାମାରୀର ବିସ୍ଫୋରଣ ଏହି କାର୍ଯ୍ୟକୁ ଅନେକ ମାତ୍ରାରେ ପ୍ରତିହତ କରିଛି।
ଗୁରୁବାର ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଆୟୋଜିତ ଏକ ସଭାରେ ବକ୍ତବ୍ୟ ରଖି ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡକ୍ଟର ଦିଗମ୍ବର ବେହେରା ଏହା କହିଛନ୍ତି।
ଡକ୍ଟର ବେହେରା କହିଥିଲେ ଯେ ପୃଥିବୀର ସବୁ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଭାରତରେ ଅଛନ୍ତି। ସେହିପରି ଡ୍ରଗ୍ ରେଜିଷ୍ଟାଂଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଆମ ଦେଶରେ ଅଛନ୍ତି। ଆମ ଦେଶରେ ୨୦ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କର ଆକଳନ କରାଯାଇପାରେ ନାହିଁ ତେଣୁ ସବୁ ରୋଗୀଙ୍କୁ ଆବିଷ୍କାର କରି କିପରି ସେମାନଙ୍କର ଚିକିତ୍ସା କରାଯାଇପାରିବ ତାହା ହିଁ ବଡ଼ ଆହ୍ୱାନ ବୋଲି ସେ କହିଥିଲେ।
କୋଭିଡ ଯୋଗୁଁ ଯକ୍ଷ୍ମା ବିରୁଦ୍ଧରେ ଚାଲିଥିବା ଅଭିଯାନ ଅନେକ ପରିମାଣରେ ବାଧାପ୍ରାପ୍ତ ହୋଇଛି। କାରଣ ସମଗ୍ର ଦେଶରେ ଚିକିତ୍ସା ବ୍ୟବସ୍ଥା ଏହି ମହାମାରୀକୁ ପ୍ରତିହତ କରିବା ନିମନ୍ତେ ବ୍ୟସ୍ତ ରହିଲା।
ଡକ୍ଟର ବେହେରା କହିଲେ ଯେ ଯକ୍ଷ୍ମା ନିରାକରଣ ନିମନ୍ତେ ନୂତନ ତଥା ଅତ୍ୟାଧୁନିକ ଔଷଧ ଏବଂ ନିଦାନ ପଦ୍ଧତି ବର୍ତମାନ ଉପଲବ୍ଧ ଓ ଏହା ବ୍ୟବହାର କରି ଏହି ରୋଗର ମୂଳତ୍ପାଟନ କରାଯାଇପାରିବ।
ଏହି ସଭାରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ତଥା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍ନାଲ୍ ଡିନ୍ ଡାକ୍ତର ଅଜୟ କୁମାର ଜେନା ଓ ପଲ୍ମୁନାରୀ ମେଡିସିନ୍ ବିଭାଗର ପ୍ରପେସର ଡାକ୍ତର ବନାନୀ ଜେନା ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ରାଖି ଲୁଦୁମ୍, ଡାକ୍ତର ପ୍ରିୟଦର୍ଶିନୀ ବେହେରା, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡା, ଡାକ୍ତର ପ୍ରିୟତମ ଛୋଟରାୟ, ଡାକ୍ତର କ୍ଷୀରୋଦ ସାହୁ, ଡାକ୍ତର ଶୁଭକାନ୍ତ ନନ୍ଦ ଓ ଡାକ୍ତର କଲୋଳିନୀ ସେନ୍ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post