ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା କୁମିର ଗ୍ରାମ ରେ ଥିବା ମୋବାଇଲ ଟାୱାର ରୁ କେବୁଲ ତାର ଚୋରି କରୁଥିବା ବେଳେ ଜଣେ ଯୁବକ ଗିରଫ ହୋଇ ଅନ୍ୟ ଜଣେ ସହଯୋଗୀ ଫେରାର ଅଛି।ଗିରଫ ହୋଇଥିବା ଯୁବକ ଜଣ ଟି ଉତ୍ତରପ୍ରଦେଶର ଅରବିନ୍ଦ ସିଂ ବୋଲି ଜଣାପଡିଛି।କିଛି ବର୍ଷ ହେବ ଛତିଶଗଡ଼ ର ରାୟପୁର ଠାରେ ରହୁଛି।ସେ ତା ସହଯୋଗୀ ସାଥିରେ ମିଶି ଟାୱାର ର କେବୁଲ ତାର ଚୋରି କରିବା ଉଦ୍ଦେଶ୍ୟରେ କୁମିର ଗ୍ରାମ କୁ ଆସି ଟାୱାର ର କେବୁଲ ତାର କାଟୁଥିବା ସମୟରେ ଗ୍ରାମ ବାସୀ ଙ୍କ ଦ୍ଵାରା ଧରାପଡିଥିଲା।ଗ୍ରାମ ବାସୀ ସଙ୍ଗେ ସଙ୍ଗେ ଜଗଦଲପୁର ଥାନା କୁ ଖବର ଦେଇଥିଲେ।ପୋଲିସ ଆସିବା ପୂର୍ବରୁ ଅନ୍ୟ ଏକ ସହଯୋଗୀ ଚତୁରତାର ସହ ସେଠାରୁ ଫେରାର ହୋଇଯାଇଥିଲା।ଅରବିନ୍ଦ ସିଂ ଠାରୁ କେବୁଲ ତାର, କଟର ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଜଗଦଲପୁର ପୋଲିସ ଟିମ ଜବତ କରି ଥାନା କୁ ନେଇଥିଲେ।ଏ ନେଇ ଜଗଦଲପୁର ଥାନା ରେ ୪୫/୨୦୨୨ ରେ IPC୩୭୯/୩୪ଆଇନ ଧାରା ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅରବିନ୍ଦ ସିଂ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଷମା କୁଅଁର ସୂଚନା ଦେଇଛନ୍ତି।ଫେରାର ଥିବା ଆଉ ଏକ ଅଭିଯୁକ୍ତ କୁ ଶୀଘ୍ର ଗିରଫ କରାଯିବ ବୋଲି ଏ.ଏସ.ଆଇ ପ୍ରଦୀପ ପାଣି ଶାସକ ପ୍ରଶାସକ କୁ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.