ଲୋକଙ୍କ ବିଶ୍ବାସ ଓ ବିକାଶ ମୋର ଲକ୍ଷ୍ୟ: ମେୟର ସୁଲୋଚନା

0

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କୃପା, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦ ଏବଂ ରାଜଧାନବାସୀଙ୍କ ବିଶ୍ବାସରୁ ମୋତେ ଯେଉଁ ସୁଯୋଗ ମିଳିଛି ତା’ର ସଦୁପଯୋଗ କରି ସାଧାରଣ ଲୋକଙ୍କ ସେବା କରିବେ ବୋଲି ନିର୍ବାଚନରେ ବିଜେଡ଼ିର ମେୟର ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିବା ସୁଲୋଚନା ଦାସ କହିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ୬୭ ୱାର୍ଡରୁ ନବ ନିର୍ବାଚିତ ସମସ୍ତ କର୍ପୋରେଟର ମାନଙ୍କୁ ଶ୍ରୀମତୀ ଦାସ ଅଭିନନ୍ଦନ ଜଣାଇଛନ୍ତି । ରାଜନୈତିକ ବିଦ୍ୱେଷ ଠାରୁ ଉର୍ଦ୍ଧ୍ବରେ ରହି ଆଗାମୀ ୫ ବର୍ଷ ରାଜଧାନୀ ବାସୀଙ୍କ ବିକାଶ କରିବାକୁ କର୍ପୋରେଟର ଓ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜଧାନବାସୀଙ୍କ ପାଇଁ ଯେଉଁ ବିକାଶର ବାର୍ତ୍ତା ଦେଇଛନ୍ତି ତାକୁ ସାକାର କରିବାର ସମୟ ଆସିଛି । ବିଜେଡି ସରକାର ପ୍ରତିଶୃତି ଦେବା ଓ ଏହାକୁ ପୂରଣ କରିବାର ମୁଖ୍ୟମନ୍ତ୍ରୀ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି ଏଥିପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି । ଭୁବନେଶ୍ଵରକୁ ଏକ ସବୁଜ ଓ ସ୍ୱଚ୍ଛ ସହରରେ ପରିଣତ କରିବାକୁ ସେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

ଅପରାହ୍ନରେ ଭୋଟ ଗଣତିର ଶେଷ ପର୍ଯ୍ୟାୟରେ ଶ୍ରୀମତୀ ଦାସଙ୍କ ସଫଳତା ତାଙ୍କ ସପକ୍ଷରେ ଯାଉଥିବା ଜାଣି ଦଳୀୟ ନେତା, କର୍ମୀ ଓ ଶହ ଶହ ଲୋକ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ ନବୀନ ନିବାସ ଯାଇ ଶ୍ରୀମତୀ ଦାସ  ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ନେଇଥିଲେ ।

ସୂଚନାଯୋଗ୍ୟ ଯେ ଗତ ୨୪ ତାତ୍ୱିଖରେ ଅନୁଷ୍ଠିତ ନିର୍ଵାଚନର ଫଳ ଆଜି ପ୍ରକାଶ ପାଇଥିବା ବେଳେ ଇତିହାସ ସୃଷ୍ଟି କରି ରାଜଧାନୀର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚିତ ମହିଳା ମେୟର ହେବାର ଗୌରବ ହାସଲ କରିଛନ୍ତି ସାମ୍ବାଦିକରୁ ରାଜନେତା ପାଲଟିଥିବା   ଶ୍ରୀମତୀ ସୁଲୋଚନା ଦାସ ।  ବିଜେଡ଼ି ପ୍ରାର୍ଥୀ ସୁଲୋଚନା ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଡ. ସୁନୀତି ମୁଣ୍ଡ୍ ଙ୍କୁ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ସୁଲୋଚନା ୧, ୭୪, ୫୬୨ ଭୋଟ ପାଇଥିଲା ବେଳେ ସୁନୀତି ୧, ୧୩, ୪୧୯ ଭୋଟ ପାଇଛନ୍ତି । କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଛି ୧୧ହଜାର ୬ ଖଣ୍ଡ ଭୋଟ ।

Leave A Reply

Your email address will not be published.