ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ବହୁ ଦିନ ଅପେକ୍ଷର ଅନ୍ତ ଘଟିଛି I ସରିଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନର ଭୋଟ ଗଣତି I ଅପେକ୍ଷାର ଅନ୍ତଘଟିଲା ଓ ଫଳାଫଳ ପ୍ରକାଶ ପାଇଲା I ୧୯୮୪ ଭୋଟ ପାଇ ବିଜୟୀ ହେଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର I ୧୩ ଗୋଟି ୱାର୍ଡ ମଧ୍ୟରୁ ୭ ଗୋଟି ୱାର୍ଡ଼ରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥି ବିଜୟୀ ହୋଇଥିବା ବେଳେ ୪ଟି ୱାର୍ଡରେ ବିଜେପି, କଂଗ୍ରେସ ଗୋଟିଏ ଓ ସ୍ଵାଧୀନ ପ୍ରାର୍ଥି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିବା ସୂଚନା ରହିଛି I ବିଜେଡି ପକ୍ଷରୁ ଅଧ୍ୟକ୍ଷା ପଦ ପାଇ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀନୀ ଶ୍ରୀମତୀ ଭାନୁପ୍ରଭା ମିଶ୍ର ୧୩ ଗୋଟି ୱାର୍ଡ ମଧ୍ୟରୁ ସମୁଦାୟ ୧୯୮୪ ଭୋଟ ପାଇ ବିଜୟ ହାସଲ କରିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁଳୀ ବୋଲବ୍ ଚିହ୍ନ ସ୍ଵାଧୀନ ପ୍ରାର୍ଥୀ ପି.ମିତାରାଣି ପାତ୍ର ୧୬୬୪ ଭୋଟ ପାଇ ଦ୍ବିତୀୟ, ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ସୁସ୍ମିତା ଜେନା ୧୧୯୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ , ହେଲେ ଜାତୀୟ ଦଳ କଂଗ୍ରେସ କୁ ୧୯୯ ସଂଖ୍ୟା ଭୋଟ ସହ ୫ମ ସ୍ଥାନରେ ରଖି ଅନ୍ୟ ଏକ ସ୍ଵାଧୀନ ପ୍ରାର୍ଥୀ ୨୮୨ ସଂଖ୍ୟା ଭୋଟରେ ୪ ର୍ଥ ସ୍ଥାନ ରେ ରହିଥିଲେ I ବିଜେଡି ଅଧକ୍ଷା ପ୍ରାର୍ଥୀ ଶ୍ରୀମତୀ ଭାନୁପ୍ରଭା ମିଶ୍ର ୩୨୦ ଭୋଟରେ ବିଜୟୀ ହୋଇଛନ୍ତି I ଘୁ.ଉଦୟଗିରି ପୌର ନର୍ବାଚନରେ ବିଜୁ ଜନତା ଦଳ ତରଫରୁ ୱାର୍ଡ ନମ୍ୱର୍ ୧ରେ ସନ୍ତୋଷ ବାଘ, ୪ ନମ୍ୱର୍ ୱାର୍ଡରେ ମୋନାଲିଶା ଦଳବେହେରା, ୬ ନମ୍ୱର୍ ୱାର୍ଡରେ ଲେକ୍ଚରର ବୁଲିଆନ, ୭ ନମ୍ବର ୱାର୍ଡରେ ଶ୍ରୀମତୀ ଭାରତୀ ବେହେରା, ୧୧ ନମ୍ୱର୍ ୱାର୍ଡରେ ଲିପିକା ପ୍ରଧାନ, ୧୨ ନମ୍ୱର୍ ୱାର୍ଡରେ ଶ୍ରୀମତୀ ନନ୍ଦିତା ପ୍ରଧାନ, ୧୩ ନମ୍ୱର୍ ୱାର୍ଡରେ ଦୀପକ କୁମାର ନାୟକ ବିଜେଡି ପକ୍ଷରୁ ବିଜୟୀ ହୋଇଥିବା ବେଳେ ବିଜେପି ପକ୍ଷରୁ ୨ ନମ୍ବର ୱାର୍ଡ ରେ ଶ୍ରୀମତୀ ସଂଗୀତା ନାୟକ, ୩ ନମ୍ୱର୍ ୱାର୍ଡ ରେ ଶ୍ରୀମତୀ ନିଶାରାନି ନାୟକ, ୯ ନମ୍ୱର୍ ୱାର୍ଡରେ ଲକ୍ଷ୍ମୀପ୍ରିୟା ପରିଛା, ୧୦ ନମ୍ୱର୍ ୱାର୍ଡରେ ଶ୍ରୀମତୀ କୁନ୍ତୀମା ମଲ୍ଲିକ I ସ୍ଵାଧୀନ ପାର୍ଥି ଭାବରେ ୫ ନମ୍ୱର୍ ୱାର୍ଡ ପାଇଁ ପି.ସଞ୍ଜୀବ ପାତ୍ର ଓ କଂଗ୍ରେସ ପକ୍ଷରୁ ୮ ନମ୍ୱର୍ ୱାର୍ଡରେ ଯାକେଶ ପ୍ରଧାନ ବିଜୟ ହୋଇଥିଲେ I ଏହି ପୌର ନିର୍ବାଚନ ପାଇଁ ସମୁଦାୟ ୪୩ ଜଣ ପ୍ରାର୍ଥୀ/ ପ୍ରାର୍ଥୀନୀ ଅଧ୍ୟକ୍ଷା ଓ କାଉନସିଲର ଆସନ ନିମନ୍ତେ ପ୍ରତିଦ୍ୱନ୍ଦୀତା କରିଥିବା ବେଳେ ସମୁଦାୟ ୫୫୦୧ ଜଣ ଜନତା ନିଜର ମତ ସାବ୍ୟସ୍ତ କରି ପ୍ରାର୍ଥୀ ଚୟନ କରିଛନ୍ତି I ଏହି ପୌର ନିର୍ବାଚନ ରେ ବିଜୟୀ ପରିଷଦ ସଦସ୍ୟ ମାନେ ଘୁ. ଉଦୟଗିରି ଅଞ୍ଚଳ ନିମନ୍ତେ ସାମୁହିକ ଉନ୍ନତି ର ମଙ୍ଗ ଧରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଧା ସିଧାସଳଖ ଭାବରେ ନିଜ ମନପସନ୍ଦର ନେତା ନିଯୁକ୍ତି କରିଥିବା ଅଂଚଳରେ ମତପ୍ରକାଶ ପାଇଛି I
Sign in
Sign in
Recover your password.
A password will be e-mailed to you.
Prev Post